ରାମକୃଷ୍ଣପୁର ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ ।

0

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ- ମାହାଙ୍ଗା ବିଧାୟକ ତଥା ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ବୁଧବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଂଚାୟତର ଦୁଇଟି କେନ୍ଦ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୯୫ଟି ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ରାମକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସଭାରେ ସରପଞ୍ଚ ମନୋରଞ୍ଜନ ସ୍ବାଇଁଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା ଯୋଗଦାନ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିବା ସହ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଜଣେ ଗରିବ ଲୋକ ମାଗଣାରେ ଚିକିତ୍ସା ପାଇପାରିବେ, ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ର ମେଡିକାଲ ଜନିତ ସହାୟତା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ କର୍ଣ୍ଣଦେବ ସମାଦାର ଯୋଗଦେଇ ଏହି କାର୍ଡ ସମସ୍ତ ଜନସାଧାରଣ ଙ୍କ ପାଇଁ ସୁରକ୍ଷା କବଚ ବୋଲି ପ୍ରକାଶ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ପଂଚାୟତ ବିଜେଡି ପର୍ଯ୍ୟବେକ୍ଷକ ଧୀରେନ୍ଦ୍ରନାଥ ବେହେରା, ସାମ୍ୱାଦିକ ସୁରେନ୍ଦ୍ରନାଥ ରାଉତ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଳରାମ ମଲିକ ଯୋଗଦେଇ ୭୧୭ ଟି ସ୍ମାର୍ଟ କାର୍ଡ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କରୁଣାକର ବସ୍ତିଆ, ମୃତ୍ୟୁଞ୍ଜୟ ସାହୁ, ସେକ ମହମଦ ଜାହେଦ,ପ୍ରଭାତୀ ନଳିନୀ ସ୍ୱାଇଁ, ସବିତା ନିହାଣ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ଦହପଡା ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ସୟଦ ମହମଦ ତାରିକ, ସେକ ଅବଦୁଲ ରେହମାନ,ସେକ ମନଜୁର ଅହମଦ, କମଳା କୁମାରୀ ବେହେରା, ନମିତା ବେଉରା, ତିଳୋତମା ରାଉତ ମୋଟ ୨୭୭ ଟି ସ୍ମାର୍ଟ କାର୍ଡ ବଂଟନ କରିଥିଲେ ।

Leave A Reply

Your email address will not be published.