କେତେବେଳେ ବର୍ଷା ତ କେତେବେଳେ ମୋନାଲିସା : ଟାର୍ଗେଟରେ ଚାକିରିଆ

0

ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଯୁବକ ଅଟକ।

ପାଲରେ ପକାଇ ଶିକ୍ଷକଙ୍କ ଠାରୁ ବି ନେଇଗଲେ ୧୫ ଲକ୍ଷ ଟଙ୍କା

ବୁଗୁଡ଼ା (ଡ଼. କୁମୁଦ ଚନ୍ଦ୍ର ବେହେରା ) : ଫେସବୁକରେ ବିଭିନ୍ନ ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ,ତା’ପରେ ମେସେଞ୍ଜର ଏବଂ ହ୍ଵାଟ୍ସଆପରେ ଚାଟିଙ୍ଗ୍ କରି ପାଲରେ ପକାଇବା ପରେ ବିଭିନ୍ନ ବାହାନାରେ ଧାର ମାଗି ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ଜଣେ ଠକକୁ ଅଟକ ରଖିଛି ବୁଗୁଡ଼ା ଥାନା ପୋଲିସ l ଅଟକ ଯୁବକ ଜଣକ ହେଲେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳର ସିମାଞ୍ଚଳ ପୃଷ୍ଟି l ସିମାଞ୍ଚଳ ପ୍ରାୟ ଦେଢ଼ ବର୍ଷ ହେଲା ବର୍ଷା କର ଏବଂ ମୋନାଲିସା ପଟ୍ଟନାୟକ ଆଦି ଝିଅ ନାମରେ ମିଥ୍ୟା ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ଥିଲା l ତା’ର ଟାର୍ଗେଟରେ ଥିଲେ ସରକାରୀ ଚାକିରୀ କରୁଥିବା ଓ ଧନୀକ ମଧ୍ୟବୟସ୍କ ଓ ବୟସ୍କ ବ୍ୟକ୍ତି l ସେମାନଙ୍କୁ ବିଭିନ୍ନ ଅଶ୍ଳୀଳ ମେସେଜ୍ ପଠାଇ ନିଜ ଜାଲରେ ଫସାଇବା ପରେ କାହାକୁ ବାପା ଦେହ ଖରାପ, କାହାକୁ ମା’ ଦେହ ଖରାପ ତ ଆଉ କାହାକୁ ଜାଗା କିଣିବି କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡିଛି l ଆଉ ଏହି ଜାଲରେ ଫସିଛନ୍ତି ଅଞ୍ଚଳର ନେତା ଠାରୁ ଶିକ୍ଷକ ପର୍ଯ୍ୟନ୍ତ l ଏମିତି କି ଜଣେ ଶିକ୍ଷକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ହଡପ ପରେ ସମ୍ପୃକ୍ତ ଶିକ୍ଷକ ବୁଗୁଡ଼ା ଥାନାରେ ଅଭିଯୋଗ କରିବାରେ ପୋଲିସ ସିମାଞ୍ଚଳକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି l ସବୁ ଟଙ୍କା ସିମାଞ୍ଚଳ ପୃଷ୍ଟି ଆକାଉଣ୍ଟକୁ ଯାଉ ଥିଲେ ହେଁ ଯୁବତୀ ମାୟାରେ ପଡି ଟଙ୍କା ପଠାଉ ଥିବା ବ୍ୟକ୍ତି କେମିତି ଏତେ ଏତେ ଟଙ୍କା ପଠାଉ ଥିଲେ ତାହା ସମସ୍ତଙ୍କୁ ଚକିତ କରିଛି l ବିଭିନ୍ନ ଯୁବତୀଙ୍କ ନାଁରେ ମିଥ୍ୟା ଆକାଉଣ୍ଟ ଖୋଲି ଲକ୍ଷାଧିକ ଟଙ୍କା ଲୁଟି ଥିବା ଠକ ସିମାଞ୍ଚଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି l

Leave A Reply

Your email address will not be published.