ଭୁବନେଶ୍ୱର: ନୂଆ ଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ଶ୍ରୀ ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି ।
ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ସୁବେଦୀ ସୋଆର ପାଠ୍ୟକ୍ରମ, ଉଚ୍ଚ ରାଙ୍କୀଙ୍ଗ ଏବଂ ଆଉଟରିଚ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କୋଭିଡ ମହାମାରୀ ଯୋଗୁ ଲକଡାଉନ ସମୟରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କର ଉତମ ଭାବରେ ଯତ୍ନ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେହି ସମୟରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ନେଇ ନିଶ୍ଚିତ ଥିଲେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ନେପାଳି ଦୂତାବାସ ନେପାଳି ବହିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ସମସ୍ତ ସହଯୋଗ କରିବ ଏବଂ ନେପାଳୀ ଶିକ୍ଷା କନକ୍ଲେଭରେ ସୋଆର ଯୋଗଦାନକୁ ଉତ୍ସାହିତ କରିବ ।
ଏହି ଆଲୋଚନା ସମୟରେ ଶ୍ରୀ ସୁବେଦୀଙ୍କ ସହିତ ଦୂତାବାସର ଫାଷ୍ଟ ସେକ୍ରେଟାରୀ ଶ୍ରୀ ଓମ୍ କୁମାର ଭଣ୍ଡାରୀ, କାଉନସେଲର ଶ୍ରୀ ଗାୟତ୍ରୀ ରମଣ ଖାନାଲ ଏବଂ ସୋଆର ୟୁନିଭର୍ସିଟି ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡ. ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.