ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ

0

କୋଳିଅଠା ପଞ୍ଚାୟତରେ ମିଶନଶକ୍ତି ପକ୍ଷରୁ ମହିଳା ସମାବେଶ ଓ ସମୀକ୍ଷା ବୈଠକ

ମହିଳାମାନଙ୍କ ଉନ୍ନତିକଳ୍ପେ ମୁଖ୍ୟମନ୍ତ୍ରୀ ସଦା ଚେଷ୍ଟିତ- ମନ୍ତ୍ରୀ

ମାହାଙ୍ଗା – (ସପ୍ତଜ୍ୟୋତି ରାଉଳ): ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୀପାଞ୍ଚଳ ଅନ୍ତର୍ଗତ କୋଳିଅଠା ଗ୍ରାମପଂଚାୟତ କପିଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ସମାବେଶ ସିଡିପିଓ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଆଇନ, ପାନୀୟ ଜଳ ଯୋଗାଣ, ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଆମ ସରକାର ସବୁବେଳେ ଗୁରୁତ୍ବଦେଇ ଆସୁଥିବା କହିଥିଲେ |ମାଆ ମାନଙ୍କ ହାତରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଆହ୍ୱାନ ଦେଇଆସୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ | ଏହି ପଞ୍ଚାୟତର ବାବା କପିଳେଶ୍ୱର କଲ୍ୟାଣ ମଣ୍ଡପ, କପିଳେଶ୍ୱର ଗ୍ରାମ୍ୟ ଉଦ୍ୟାନ, କୋଳିଅଠା ପ୍ରାଥମିକ ବିଦ୍ୟାଳୟ ନୂତନ ଗୃହ, ମାଆ ସରସ୍ବତୀ ମଣ୍ଡପ, କୋଳିଅଠା ଅଙ୍ଗନବାଡି ୨ ନମ୍ବର କେନ୍ଦ୍ର ନୂତନ ଗୃହ, ନଅ ମାଣିଆ କୋଠଘର, ପୁଞ୍ଜ ଅଗଭୀର ପାଣି ପ୍ରକଳ୍ପକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ !
ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା,ଭାଇସ ଚେୟାରମ୍ୟାନ ରସିଦା ବେଗମ, ସମଗ୍ର ମାହାଙ୍ଗା ବ୍ଲକ୍ ତଥା କୋଳିଅଠା ଗ୍ରାମ ପଞ୍ଚାୟତର ଏକ ନମ୍ବର ଶ୍ରେଷ୍ଟ ସରପଞ୍ଚ ଶ୍ରିଯୁକ୍ତ ଭବାନୀ ଶଙ୍କର ସାମଲ, ସମିତିସଭ୍ୟ ଗୋବିନ୍ଦ ଚନ୍ଦ୍ର ବେହେରା,ଜିଲାପରିଷଦ ସଭ୍ୟ ମୋନାଲିସା ଦାଶ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ,ବିଜୁ ମହିଳା ବ୍ଲକ ସଭାପତି ସୁସ୍ମିତା ମହାନ୍ତି, ଉପସଭାପତି ସସ୍ମିତା ଦାସ,ଜୋନ ସଭାପତି ଦୀନବନ୍ଧୁ ସାହୁ, ମାଇନର କମ୍ୟୁନିଟି ସଭାପତି ରିଆଜୁଲ ହୋଦା, ପ୍ରମୁଖ ଯୋଗଦେଇଥିଲେ | ବାସୁଦେବପୁର ବଜାର ଠାରୁ ଏକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଉତ୍ସବ ସ୍ଥଳୀକୁ ପାଛୋଟି ନିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତରୁ ଶହଶହ ମହିଳା, କୃଷକ, ବୁଦ୍ଧିଜୀବୀ, ଏବଂ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା !

Leave A Reply

Your email address will not be published.