କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅତିତିକ୍ତ ଶ୍ରେଣୀଗୃହ ଠାରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରୀ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଗୁଡୁଲ୍ଲା ନାଗେଶ ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବ୍ୟରଞ୍ଜନ ପାଢ଼ୀ ମଞ୍ଚାସିନ ରହିଥିଲେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ କିପରି ବିଦ୍ୟାଳୟର ଉର୍ଣ୍ଣତି ହୋଇପାରିବ ସେବିଷୟରେ ଆଲୋଚନା ହୋଇଥିଲା ।ଏହି ବିଦ୍ୟାଳୟରେ ବହୁତ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି ଉତ୍ତମ ମଣିଷ ଭବେ ନିଜକୁ ଗଡି ତୋଳିଛନ୍ତି ।ସେମାନଙ୍କ ବିଦ୍ୟାଳୟ ପ୍ରତି କିପରି ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ କିପରି ଅବଦାନ ରହିଛି ସେ ଉପରେ ଆଲୋଚନା କରାଯାଇଛି । ବିଦ୍ୟାଳୟରଅଧିକ ଉର୍ଣ୍ଣତି ହୋଇପାରିବ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଓ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.