ପୂର୍ତ୍ତ ବିଭାଗ ଡ୍ରେନ ପାଲଟିଛି ମରଣଯନ୍ତା, ତୁରନ୍ତ ମରାମତି ବା ନିର୍ମାଣ ଦାବି

0 2

ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି ମିଳୁନି ସୁଫଳ 

ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ନମ୍ବର ୱାର୍ଡର ମାଛ ମାର୍କେଟ ଛକ ଠାରୁ  ହାଟସାହି ବିଏସଏନଏଲ ଅଫିସ ପର୍ଯ୍ୟନ୍ତ   ରାସ୍ତାର ବାମ ପାର୍ଶ୍ଵରେ  ତଥା ଘର ସମୁଖ ଭାଗରେ ଥିବା ଡ୍ରେନଟି ଦୀର୍ଘ ଦିନ ଧରି  ମୁକୁଳା  ହୋଇ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ  ସ୍ଥାନୀୟ ୱାର୍ଡବାସୀ ବାରମ୍ବାର ଅଭିଯୋଗ ପରେ ବି କୋୖଣସି ସୁଫଳ ମିଳୁନାହିଁ ଯାହାକୁ ନେଇ ସେହି ସାହି ବା ୱାର୍ଡ ବାସିନ୍ଦା ଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି | ସୂଚନା ଅନୁସାରେ ରାଜ୍ୟ ସରକାର  ଡ୍ରେନେଜ ଓ ପରିମଳ ସମସ୍ୟାକୁ ଗୁରୁତ୍ୱ ଦେଇ ଏହି ଯୋଜନା ରେ  ସହରାଞ୍ଚଳ ଡ୍ରେନେଜ ନିର୍ମାଣ ଓ ମରାମତି  ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ୍ୟ ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ ରାଜନେତା ଙ୍କ ଉଦାସୀନତା ଓ ଇଚ୍ଛାଶକ୍ତି ଅଭାବ ଯୋଗୁ ଏହା ସଠିକ  କାର୍ଯ୍ୟକାରି ହେଇପାରୁନଥିବା ଦେଖାଦେଇଛି ଯାହା କୁ ନେଇ   ଘୋରଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ୱାର୍ଡ ବାସିନ୍ଦା | ସେହି ମୁକୁଳା ଡ୍ରେନଟି ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଠାଏ ଠାଏ ଭାଙ୍ଗି ଡ୍ରେନ ପାଣି ଲୋକଙ୍କ ଘରେ ପଶୁଥିବା ବେଳେ ଡ୍ରେନରୁ ବହୁ ଅସହ୍ୟ ଦୁର୍ଗନ୍ଧ ହେବା ସହ ପୋକ ଜୋକ ଓ  ମଶା ଡାଉଁଶରେ ଲୋକ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି | ଡ୍ରେନ କଭର ବା ଘୋଡଣି ନଥିବାରୁ ସେହି ଡ୍ରେନରେ ପଡି ବହୁ ଜୀବ ଜନ୍ତୁ ଯଥା ଛେଳି କୁକୁର ଗାଈ ଆଦି ଜୀବନ ହାନି  ହେବା ସହ ଖଣ୍ଡିଆ ଖାବରା ହେଉଛନ୍ତି | ସେହି ଭଳି ଛୋଟପିଲା ଓ ବୟସ୍କ ବ୍ୟକ୍ତି ସେହି ଡ୍ରେନରେ ପଡି ଗୁରୁତର ଆହତ ହୋଇଥିବା ନଜୀରଅଛି  | ତେବେ ଘର ସମ୍ମୁଖ ଭାଗରେ ଏହି ମୁକୁଳା ଡ୍ରେନଟି ଥିବାରୁ ଛୋଟ ପିଲା ଦୁଆରେ ଖେଳିବା ପାଇଁ ଉଚିତ ମଣୁନଥିବା ବେଳେ ଭୟରେ ଘର ଭିତରେ ରହୁଛନ୍ତି | ତେବେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ  ଏହି ସବୁ ଗୁରୁତ୍ୱର ସମସ୍ୟା କୁ ଆଖି ଆଗରେ ରଖି ତୁରନ୍ତ ଏହି ବିପଦ ସଂକୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନକୁ ଯଥା ଶୀଘ୍ର ନିର୍ମାଣ କରିବା ପାଇଁ  ସ୍ତାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି |

Leave A Reply

Your email address will not be published.