ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା

0
  • ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିବେ

  • ଖେଳାଳୀ, ବୈଷୟିକ ଅଧିକାରୀ ଓ ଆୟୋଜକମାନଙ୍କ ପାଇଁ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣ ବାଧ୍ୟତାମୂଳକ

ଭୁବନେଶ୍ୱର, : ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି । ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳୀମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ । ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀଗଣ ଓ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ଆଦିର ସୁବନ୍ଦୋବସ୍ତ ହୋଇଛି ।
ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରୀ ୨୦୨୨ରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରୋତ୍ତୋଳନ ଫେଡେରେସନ, ଓଡ଼ିଶା ଭାରୋତ୍ତୋଳନ ସଙ୍ଘ, କିଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

Leave A Reply

Your email address will not be published.