ଜନଶୁଣାଣୀ ନାଁରେ ଚାଲିଛି ପ୍ରହସନ : କାମ ସରିଲେ କମ୍ପାନୀ ତା ବାଟରେ, ପ୍ରଶାସନ ବି ତା ବାଟରେ

0

ଶ୍ରୀମେଟାଲିକ୍ସ ଖଣି ର ସମ୍ପ୍ରସାରଣ ପାଇଁ ଜନଶୁଣାଣୀ ଭେଳିକି

ଯୋଡ଼ା /ପାର୍ଥସାରଥୀ ଷଡ଼ଙ୍ଗୀ: ଜନ ଶୁଣାଣୀରେ ଜନତାଙ୍କ ପ୍ରତି ଦରଦ ନାହିଁ। କରୋନା ମହାମାରୀ ପାଇଁ ସରକାର ବହୁ କଟକଣା ଲାଗୁ କରିଥିଲେ ମଧ୍ୟ ଏଥିପ୍ରତି ଶୁଣାଣୀ କରାଉଥିବା ସରକାରୀ ବାବୁ ଓ ଖଣି କମ୍ପାନୀର ତିଳେମାତ୍ର ଭୁକ୍ଷେପ ନାହିଁ।ବାହାରୁ ଶହ ଶହ ଲୋକଆଣି କୋବିଡ଼ ନିୟମର ଖୋଲା ଉଲଂଘନ କରାଯାଉଛି ।ଖଣି ଖନନ ଓ ସମ୍ପ୍ରସାରଣ ପୂର୍ବରୁ ଜନ ଶୁଣାଣୀ ଖଣିକ୍ଷେତ୍ର କେନ୍ଦୁଝର ଜିଲ୍ଲା ପାଇଁ ଏକ ଭେଳିକି ହେବାରେ ଲାଗିଛି। ଜନ ଶୁଣାଣୀ ସମୟରେ ଗରିବ ବେରୋଜଗର ବେସାହାରା ଖଣିକ୍ଷେତ୍ରରେ ବସବାସ କରୁଥିବା ସବୁସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କର ଭାଗ୍ୟ ସତରେ କଣ କେବେ ବଦଳିଛି ଏହା ଏବେ ପ୍ରଶ୍ନ ହୋଇରହିଯାଇଛି।ଏବେବି ସେମାନେ ଶିକ୍ଷା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ରାସ୍ତା ଘାଟର ଦୁରାଵସ୍ଥା ନ କହିଲେ ଭଲ। କିନ୍ତୁ ଖଣି ସମ୍ପ୍ରସାରଣ ହୋଇଚାଲିଛି ମିଥ୍ୟା ପ୍ରତିଶ୍ରୁତି ଦିଆଚାଲିଛି କିନ୍ତୁ ଅବସ୍ଥା ସୁଧୁରିବାର ନା ଧରୁନାହିଁ । କିଛି ମୁଷ୍ଟିମେୟ ଆସାଧୁ ଲୋକ କିଛି ଆସାଧୁ ରାଜନେତା ଲୋକଙ୍କୁ ପ୍ରଲୋଭିତ କରି କିଛି ଅର୍ଥଲାଳସା ଦେଇ ଶୁଣାଣୀ ସଫଳ କରାଇଥାନ୍ତି। କିଛି ପ୍ରଶାସନିକ ଅଧିକାରୀ ଯେଉଁମାନେ କେବଳ ଜନଶୁଣାଣୀ ସମୟରେ ଏ ଅଞ୍ଚଳରେ ଦେଖିବାକୁ ମିଳନ୍ତି କିନ୍ତୁ ଶୁଣାଣୀ ସଫଳ ହେବାପରେ କୌଣସି ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକ ପାଳନ ହେଉଛି କି ନାହିଁ ସେବିଷୟରେ ଖବରନେବାକୁ ଉଚିତ ମନେ କରନ୍ତି ନାହିଁ ।
କମ୍ପାନୀ ମାନଙ୍କ ଦ୍ଵାରା ସୁନ୍ଦର ଅପାୟିତର ଆନନ୍ଦ ହୋଇ ଚାଲିଯାଆନ୍ତି। ଲୌହ ଖଣିଗୁଡିକରେ ବାହାର ରାଜ୍ୟର ଠିକାଦାରଙ୍କ ଦ୍ୱାରା ବହୁମାତ୍ରାରେ ଅନ୍ୱେତିକ ଉପାୟରେ ଖଣିଜ ଉତ୍ତୋଳନ ଓ ବିଭିନ୍ନ ସମୟରେ ସରକାରୀ ସଂସ୍ଥା ଦ୍ୱାରା ଦଣ୍ଡିତ ହେବା ଓ ଜୋରିମାନା ଦେବାର ନଜର ରହିଛି ।ଏହି ସବୁ ଖଣି ଖନନ କମ୍ପାନୀ ମାନଙ୍କ ମଧ୍ୟରେ ସଦ୍ୟ ଶେଷହୋଇଥିବା ଜନଶୁଣାଣୀର ଖନନ କମ୍ପାନୀ ପ୍ରତିଶ୍ରୁତି ଦେଇ ପାଳନ ନ କରିବାରେ ସବାଗ୍ରେରେ ବୋଲି ଖଣି ଅଞ୍ଚଳର ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।। ଖଣିକ୍ଷେତ୍ର ଯୋଡାର ଖଣ୍ଡବନ୍ଧ ଠାରେ ଥିବା ମେସର୍ଶ ଶ୍ରୀ ମେଟାଲିକ୍ସ ଲିମିଟେଡ଼ ର ନିଜସ୍ୱ ଖଣ୍ଡବନ୍ଧ ଲୌହ ଖଣି ବୈତରଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ 35.774 ହେକ୍ଟର ଅଂଚଳ ମଧ୍ୟରେ ବିସ୍ତୃତ ହୋଇ ରହିଛି l ସେହି ଖଣିର ଉତ୍ପାଦନ କ୍ଷମତା ବାର୍ଷିକ 0.702ମିଲିୟନ ଟନ ରୁ ବାର୍ଷିକ 1.5 ମିଲିୟନ ଟନ କୁ ବୃଦ୍ଧି ସହିତ କ୍ରସିଂ ଓ ସ୍କ୍ରିନଙ୍ଗି କାରଖାନା ନିମନ୍ତେ ଆଜି ଜଣ ଶୁଣାଣି ସମ୍ପୂର୍ଣ୍ଣ ହୋଇଛି l ଖଣ୍ଡବନ୍ଧ ଠାରେ ପ୍ରଦ୍ୟୁଶଣ ବିଭାଗ ର କେନ୍ଦୁଝର ଜିଲ୍ଲା ଅଧିକାରୀ ଶ୍ରୀପୁଷ୍ପକ ବେହେରା ଓ ADM ଶ୍ରୀମତୀ ସୁଷମା ଵିଲାଙ୍ଗ ତତ୍ଵାବଦାନରେ ହୋଇଥିବା ବେଳେ ଅଂଚଳ ର ଶତାଧିକ ମହିଳା, ପୁରୁଷ,ଓ ପରିବେଷବିତ ଓ ବୁଦ୍ଧି ଯିବି ମାନେ ଉପସ୍ଥିତ ରହି ସେମାନଙ୍କ ସର୍ତ୍ତ ଭିତ୍ତିକ ସମର୍ଥନ ଦେଇଥିଲେ l ଶୁଣାଣି ସମୟରେ ଅଧିବାସି ମାନେ ପ୍ରାୟତଃ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଦେବା ପାଇଁ କଂପାନୀ ପାଖରେ ଦାବି ରଖିଥିଲେ l ତେବେ କମ୍ପାନୀ ପକ୍ଷରୁ ଯଥା ସମ୍ଭବ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି l

Leave A Reply

Your email address will not be published.