ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚିତ

0

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲା ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ରାୟଗଡା ସହରର ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ରାଜ୍ୟ ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ପରମାନନ୍ଦ ମିଶ୍ର ଯୋଗ ଦେଇ ନିର୍ଵାଚନ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ସାହୁକାର ସଭାପତି, ରବିନାରାୟଣ ଦେଓ ଉପ ସଭାପତି,ଜୟରାମ ମହାପାତ୍ରୋ ସମ୍ପାଦକ, ପ୍ରିୟ ରଞ୍ଜନ ସାହୁକାର ସହ ସମ୍ପାଦକ, ଆଦିତ୍ୟ ପ୍ରସାଦ ମିଶ୍ର କୋଷାଧ୍ୟକ୍ଷ, ପ୍ରଶାନ୍ତ କୁମାର କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜଗନ୍ନାଥ ମହାନ୍ତି ମିଡ଼ିଆ ପ୍ରଭାର ଏବଂ ପ୍ରମୋଦ କୁମାର ସାହୁ ଙ୍କୁ ଆଇନ ପରାମର୍ଶ ଦାତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା l

କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ ଆଇନଜୀଵୀ ପ୍ରମୋଦ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପ ସଭାପତି ଆଶୁତୋଷ ରଥ, ବରିଷ୍ଠ ସାମ୍ବାଦିକ ପ୍ରକାଶ ବେଵର୍ତା ଯୋଗ ଦେଇ ଗଣତନ୍ତ୍ର ଓ ଗଣମାଧ୍ୟମ ମାନଙ୍କ ନିରପେକ୍ଷତା ଉପରେ ଆଲୋଚନା କରିଥିଲେ | ସଂଘର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ରାୟଗଡା ର ଇଷ୍ଟଦେବୀ ମାଁ ମଝିଘରିଆଣି ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ସାମ୍ବାଦିକ ମାନଙ୍କୁ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ ଶେଷରେ ମକରଧ୍ଵଜ କlଦମ୍ବାଲୁ ଧନ୍ୟବାଦ ଦେଇଥିଲେ |

 

Leave A Reply

Your email address will not be published.