ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ସ୍ଥାନୀୟ ଲାଇନପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଆର ଆମ୍ବେଦକରଙ୍କ ” ମହାନିର୍ବାଣ ” ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି!ଏହିଅବସରରେ ମୁଖ୍ୟଅତିଥି ଭାବେ ବାମସେଫ ର ରାଜ୍ୟ ମୁଖ୍ୟ ଧୀମାନ ପ୍ରେମ ଚନ୍ଦ୍ର ତାଣ୍ଡି ସହ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ମଧ୍ୟରେ ଉପଖଣ୍ଡ ସ୍ତର ସଭାପତି ଶ୍ରୀଯୁକ୍ତ ଦିକ୍ସନ ନନ୍ଦ, ଉପସଭାପତି ଆଡଭୋକେଟ ଶ୍ରୀଯୁକ୍ତ ଭକ୍ତ ବାଗ,ସମ୍ପାଦକ ଶ୍ରୀଯୁକ୍ତ ଜୟନ୍ତ କୁମ୍ଭାର ସହ ବହୁ ଆମ୍ବେଦକର ପ୍ରେମୀ ଯୋଗ ଦେଇଥିଲେ ! ଏହି ଅବସରରେ ଅତିଥି ବୃନ୍ଦ ବିଆର ଆମ୍ବେଦକରଙ୍କର ସମାଜ ସଂସ୍କାର ନୀତିବାଣୀକୁ କିପରି ନିଯେ ଅକ୍ଷର ଅକ୍ଷରେ ପାଲନ କରି ସମାଜରେ ସୁଧାର ଆସିବ ସେନେଇ ମତ ପ୍ରକାଶ କରିଥିଲେ!ତେବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ସମାଜସେବୀ ମଣି କୁମ୍ଭାର, ପଙ୍କଜ ଭୋଇ, ମନୋରଞ୍ଜନ ବାରିକ, ନିଲ ମଣି ଜାଳ ସହିତ ବରିଷ୍ଟ ସମାଜ ସଂଗଠକ ଶ୍ରୀଯୁକ୍ତ ଧନେଶ୍ୱର ନାଗଙ୍କ ତତ୍ୱା ବଧାନରେ ଆୟୋଜିତ ହୋଇଥିବା ଥିବା ବେଳେ ଶ୍ରୀପତି କୁମ୍ଭାର ସଭାକୁ ପରିଚାଳନା କରିଥିଲେ !!
Sign in
Sign in
Recover your password.
A password will be e-mailed to you.
Prev Post