ପୂର୍ବ ଛାତ୍ରାବାସର ପ୍ରାକ୍ତନ, ଏବର ଅନ୍ତେବାସୀଙ୍କ “ସ୍ମୃତିର ଷଠୀ ଘର” କାର୍ଯ୍ୟକ୍ରମର ଶୁଭାରମ୍ଭ

0 2

ପ୍ରIକ୍ ଶତବାର୍ଷିକୀ ପାଳନ ପ୍ରସ୍ତୁତିରେ ଯଶଶ୍ଵୀ କବି ସଚ୍ଚି ରାଉତରାୟଙ୍କ ଗ୍ରାମରୁ ପବିତ୍ର ମୃତ୍ତିକା ସଂଗୃହୀତ

ଭୁବନେଶ୍ୱର/କଟକ(ଶାସକ ପ୍ରଶାସକ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ଇଷ୍ଟ ହଷ୍ଟେଲ ଏହାର ଶତବାର୍ଷିକୀ ପାଳନ କରୁଛି ଡ଼ିସେମ୍ବର ୨୪ ତାରିଖରେ| ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟେଲ ଆଲୁମିନି ଆସୋସିଏସନ ଏବଂ ଏହାର ଅନ୍ତେବାସୀମାନଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି | ଏହିପରି ଏକ କାର୍ଯ୍ୟକ୍ରମ ହେଉଛି “ସ୍ମୃତିର ଷଠିଘର” | ଛାତ୍ରାବାସର ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କୁ ଯୋଡ଼ିବାର ଏହି ଅଭିନବ ପ୍ରୟାସର ଅୟମାରମ୍ଭ ହୋଇଛି ।
ଏହି ବିଭାଗରେ ପୂର୍ବତନ ତଥା ବର୍ତ୍ତମାନର ଅନ୍ତେବାସୀମାନଙ୍କ ଏକ ଦଳ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ସମ୍ମାନିତ ଆଲୁମିନି ସ୍ୱର୍ଗତ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କର ଜନ୍ମ ସ୍ଥାନ ପରିଦର୍ଶନ କରିଥିଲେ | ସ୍ବର୍ଗତ ରାଉତରାୟଙ୍କ କାଳଜୟୀ ରଚନା “ଛୋଟ ମୋର ଗାଁଟି”ର ସେହି ପଂକ୍ତି “…ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠିଘର…”କୁ ମନେପକାଇ ତାଙ୍କ ପବିତ୍ର ଜନ୍ମଭୂମି ପୂଜନ ସହ ମୃତ୍ତିକା ସଂଗ୍ରହ କରିଥିଲେ । ସଂଗୃହୀତ ମୃତ୍ତିକା ବ୍ୟବହାର କରି ପୂର୍ବ ଛାତ୍ରାବାସ ପ୍ରାଙ୍ଗଣରେ ଏକ ସ୍ମୃତି ସ୍ତମ୍ଭ ସ୍ଥାପନା ସହ ସ୍ମୃତିବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକ୍ରିୟାରେ ପୂର୍ବ ଛାତ୍ରାବାସର ପୂର୍ବତନ ବିଶିଷ୍ଟ ଅନ୍ତେବାସୀମାନଙ୍କ ଜନ୍ମଭୂମିରୁ ମୃତ୍ତିକା ସଂଗ୍ରହ ଅଭିଯାନ ଜାରି ରହିବ ।
ଏହି ଐତିହାସିକ ମୃତ୍ତିକା ସଂଗ୍ରହ ଅଭିଯାନ ପୂର୍ବ ଛାତ୍ରାବାସର ପୂର୍ବତନ ଅନ୍ତେବାସୀ ତଥା ମୁଖ୍ୟ ଆୟକର କମିଶନର ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅନ୍ତେବାସୀ ଶଶାଙ୍କ ଶେଖର ରାଉତ, ରୁଦ୍ର ନାରାୟଣ ଧଳସାମନ୍ତ, ସନ୍ତୋଷ ସେଠୀ, ଅମିତ୍ ସାହୁ, ଇଷ୍ଟ ଆଲୁମିନି ଆସୋସିଏସନର ସାଧାରଣ ସଭାପତି ପ୍ରତାପ ମହାନ୍ତି ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ସର୍ବନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ବର୍ତ୍ତମାନର ଅନ୍ତେବାସୀ ଗୌରବ କୁମାର ମଲ୍ଲିକ ତଥା ସିପୁନ କୁମାର ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ “ସ୍ମୃତିର ଷଠିଘର” କାର୍ଯ୍ୟକ୍ରମର ତତ୍ତ୍ୱାବଧାରକ ସମ୍ବିତ ତ୍ରିପାଠୀ । “ସବୁଜ ସାହିତ୍ୟ ସମିତି” ତରଫରୁ ଏହାର ସମ୍ପାଦକ ସୁରଜ ଶତପଥୀ ତଥା ବର୍ତ୍ତମାନର ଛାତ୍ରାବାସ ମୁଖପତ୍ର ଜାଗରଣର ସମ୍ପାଦକ ଶୁଭ୍ରଜିତ୍ ସ୍ୱାଇଁ କାର୍ଯ୍ୟକ୍ରମର ସଫଳ ପରିଚାଳନା ନିଶ୍ଚିତ କରିଥିଲେ ।

Leave A Reply

Your email address will not be published.