ପଦ୍ମପୁର(ଶାସକପ୍ରଶାସକ)-ଗୁଦେରପାଲି ଅଞ୍ଚଳ ଦେଇ ଯାଇଥିବା ବିଜେପୁର ପଦ୍ମପୁର ରାଜ୍ୟ ରାଜପଥ ରେ ବର୍ଷ ବର୍ଷ ଧରି ଉକ୍ତ ରାସ୍ତା ପାର୍ଶ୍ବରେ ଲଟା ବୁଦା ହୋଇ ରାସ୍ତା ଉପରକୁ ମାଡି ବସିଛି।ଏଥି ଯୋଗୁଁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ସମ୍ଭାବନା ରହିଛି ଏବଂ ଛୋଟ ମୋଟ ଦୁର୍ଘଟଣା ଘଟୁଛି।ଏ ବିଷୟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ଶୁଦ୍ଧା ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା ସାଜିଛି। ଦୁର୍ଘଟଣା ପରେ ସହାୟତା ନଦେଇ ଦୁର୍ଘଟଣା ପୂର୍ବରୁ ନିରାକରଣ ବ୍ୟବସ୍ଥା କରିବା ଉଚିତ। ପୂର୍ତ୍ତ ବିଭାଗ ଏହି ସମସ୍ୟାକୁ ଅଣ ଦେଖା କରୁଥିବାରୁ ଗୁଦେରପାଲି ଅଞ୍ଚଳ ବାସୀ ବାଧ୍ୟ ହୋଇ ଆସନ୍ତା ତା୧୬.୧୨.୦୨୧ ଦିନ ଠାରୁ ଏହି ରାଜ୍ୟ ରାଜପଥ ର ସଫେଇ କାମ ଆରମ୍ଭ କରିବେ ଏବଂ ସଫେଇ କାମ ଶେଷ ହେବା ପର୍ଯ୍ୟନ୍ତ ଏହି ରାସ୍ତାରେ କୈାଣସି ମୋଟର ଯାନ ଚଲାଚଲ କରିବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି।ଏ ବିଷୟ ରେ ବରଗଡ଼ ଜିଲ୍ଲା ପାଲ ହସ୍ତକ୍ଷେପ କରି ଉପଯୁକ୍ତ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପାଲ ପାଖରେ ଦାବି କରିଛନ୍ତି। ନ ହେଲେ ଆସନ୍ତା ୧୬ ତାରିଖ ରୁ ରାସ୍ତା ସଫେଇ ଆନ୍ଦୋଳନ ଜାରି ରହିବ ବୋଲି ଗୁଦେରପାଲି ଅଞ୍ଚଳ ର ସମାଜସେବୀ କିଶୋର ଚନ୍ଦ୍ର ଦେବତା,ରାମ ଚନ୍ଦ୍ର ପାତ୍ର, ଝସକେତନ ପଧାନ,ସୁରୁବାବୁ ସିଂ ବରିହା ଙ୍କ ସମେତ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post