ବାରମ୍ବାର ଲଘୁଚାପ କଷା ଘାତରେ ଅସ୍ତରଙ୍ଗ ଉପକୂଳ ବେହାଲ ।

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ:  ପ୍ରାକୃତିକ ବିପର୍ଯ୍ୟୟ ହେଉଛି ପୁରିଜିଲ୍ଲା ଅସ୍ତରଙ୍ଗ ଉପକୂଳର ଚିର ସାଥି ।କତେବେଳେ ବନ୍ୟା,ବାତ୍ୟା ତ ଆଉ କେତେବେଳେ, ଲଘୁଚାପ କସାଘାତରେ ଅସ୍ତରଙ୍ଗ ଉପକୂଳ ଯେଉଛି ଥରହର । ଏହି, ଦୁଇ ମାସ ତଳେ, ଲଘୁଚାପ ଜନିତ ବର୍ଷା ହୋଇ,ଗୋଟିଏ ଦିନରେ530 ମିଲିମିଟର ବର୍ଷା ରେକର୍ଡ ଭାଙ୍ଗିଥିବା ବେଳେ,ରବିବାରଦିନ ଲଘୁଚାପ ଜନିତ ବର୍ଷା ହୋଇଅଛି109 ମିଲିମିଟର । ତା ର ପୂର୍ବଦିନ ଅର୍ଥାତ,ଶନିବାର ଦିନ ବର୍ଷା ହୋଇଥିଲା80 ମିଲିମିଟର । ଏହିପରି ଦୁଇ ଦିନରେ189 ମିଲିମିଟର ବର୍ଷା ସରକାରୀ ଭାବେ ରେକର୍ଡ କରାଯାଇଛି । ବର୍ଷା ସିନା ହେଲା, ହେଲେ ଉଜାଡ଼ି ଦେଲା ଚାଷୀ କୁଳର ସଂସାର । ପୂର୍ବ ଲଘୁଚାପ ବର୍ଷାର ମାଡ଼ ସହି,ଯେଉଁ କିଛି ଧାନ ମୁଣ୍ଡଟେକିଥିଲା, ତାହା ବର୍ତ୍ତମାନ ଚଳିତ ଲଘୁଚାପ ବର୍ଷାରେ ବିଲରେ ଧାରା ସାୟୀ ବା ସହ ସହ ଏକର ଜଳମଗ୍ନ । ବହୁ କ୍ଷେତରେ, ଧାନ କଟା ହୋଇ ଚାଷୀ ଖଳାକୁ ଆସି ପାରି ନ ଥିବା ବେଳେ , ବହୁ ଧାନ ପାଣିରେ ବୁଡ଼ି ରହି ଗଜା ହୋଇ ଯାଇ ଥିବା ଦେଖିବାକୁ ମିଳିଅଛି । ଏହି ବର୍ଷ ଅସ୍ତରଙ୍ଗ ର ଚାଷୀ ବହୁ ଉର୍ନତ ମାନର ବିହନ ଯଥା,ପାରିଜାତ,ସ୍ୱପ୍ନା, ଆଦି ଧାନ କରି ଥିଲେ । ଧାନ ବି ଭଲ ହୋଇ ଥିଲା । ଦଇବ ସହିଲାନି । ପ୍ରକୃତିର କରାଳ ଘାତରେ, ଜଳଚର ହୋଇଗଲା ଧାନ କ୍ଷେତ । ଅପର ପକ୍ଷରେ, ସମୁଦ୍ର ଅସାନ୍ତ ଥିବାରୁ, ପାଣି ଜାକିହୋଇ ରହିବା ଦ୍ୱାରା ଧାନ କ୍ଷେତ ଗୁଡିକ ରୁ ଠିକ ଭାବେ ପାଣିନିଷ୍କାସନ ନ ହୋଇ ପାରି, ଛୁରିଅନା, ଶିଶୁଅ, କୋରଣା, ପାଟଳଦା,ନଗର,ନୂଆଗଡ ,ଅସ୍ତରଙ୍ଗ ଆଦି 14 ଗୋଟି ପଂଚାୟତ, ର ଧାନବିଲ ସମ୍ପୂର୍ଣ କ୍ଷତି ହୋଇଅଛି । ଗଲା ଲଘୁଚାପ ବର୍ଷାରେ ବହୁ ଚାଳ ଘର ଭାଙ୍ଗି ଥିଲା । ସ୍ଥାନୀୟ ପ୍ରଶାସନ, ସେ ଗରିବ ପରିବାର ଙ୍କର ଘର ତଦନ୍ତ କରି ଏବେ ସୁଦ୍ଧା ଗୋଟିଏ ଟଙ୍କା ସାହାଯ୍ୟ କରି ନ ଥିବା ବେଳେ,ଏହି ବର୍ଷା ରେ, ସେହି ପରିବାର ମାନେ ବହୁ ଦୁଃଖ କଷ୍ଟରେ ଚଳୁ ଛନ୍ତି ଓ ରିଲିଫ ଗଣ୍ଡାଏ ପ୍ରଶାସନ ଦେଇ ପାରିନାହିଁ ବୋଲି, ରସ୍ଥା କଡ଼ରେ ଚା ଳିଆ କରି ପଡିଥିବା ,ଗରିବ ଭୂମିହୀନ ଉପନ କାଣ୍ଡି, ରାହୁଳ ବେହେରା ଉତ୍କ ପ୍ରତିନିଧି ଙ୍କ ଆଗରେ, ପ୍ରକାଶ କରିବା ସହ, ଲଘୁ ଚାପ ଓ, ରବି ଫସଲ ଜନିତ କ୍ଷୟ କ୍ଷତି ର ତଦନ୍ତ କରି ସରକାର ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାପାଇଁ ଚାଷୀ ମହଲ ଦାବି କରୁଅଛି ।

Leave A Reply

Your email address will not be published.