କରୋନା ଟୀକା ନେଲେ ଆଦିବାସୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ପାର୍ତ୍ତଡା ଏକ ଆଦିବାସୀ ବହୁଳ ପଞ୍ଚାୟତ। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ଲୋକମାନେ କରୋନା ଟୀକା ନେବାପାଇଁ ରାଜି ହୋଇନଥିଲେ।
ଡ଼. ଲକ୍ଷ୍ମୀ ପ୍ରାସାଦ ସାହୁ ବିଡ଼ିଓ ଦାୟିତ୍ୱ ନେବା ପରେ ପୁଣି ଥରେ ଚେଷ୍ଟା କରିଥିଲେ ଟୀକା ନେବା ସକାଶେ ଲୋକଙ୍କୁ ବୁଝାଇବା ପାଇଁ। ଆଇସିଡିଏସ୍ ଓ ମେଡିକାଲ ଟିମ୍ କୁ ସାଙ୍ଗରେ ନେଇ ପାର୍ତ୍ତଡା ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ।
ଆଲୋଚନା ଓ ବୁଝାସୁଝା ପରେ ଆରିମ୍ବା ଭଳି ପାହାଡ ଉପରେ ରହୁଥିବା ଆଦିବାସୀ ମାନେ ଶେଷରେ ଟୀକା ନେବାପାଇଁ ରାଜି ହୋଇଥିଲେ।
ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ , ସି ଡି ପି ଓ , ପାର୍ତ୍ତଡା ସରପଞ୍ଚ , ସ୍ଥାନୀୟ ଆଶାକର୍ମୀ , ଅଙ୍ଗନବାଡି କର୍ମୀ ପ୍ରଭୃତିଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ ହୋଇଥିଲା। ଟୀକା ନେବାପାଇଁ ଆଲୋଚନା ଜରିଆରେ ଆଦିବାସୀଙ୍କୁ ବୁଝାଇ ପାରିବା କ୍ଷେତ୍ରରେ ବିଡ଼ିଓଙ୍କ ଭୂମିକା ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.