ପାଟଣାଗଡ ଯାଦବ ସମାଜ ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ଖର୍ସେଲ ମନୋନୀତ

0 2

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ପାଟଣାଗଡ଼ ଉପଖଣ୍ଡ ଯାଦବ ସମାଜ ପକ୍ଷରୁ ଇତିମଧ୍ୟରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ପାଟଣାଗଡ ଯାଦବ ସମାଜ ବ୍ଳକ ସଭାପତି ସୁଗ୍ରୀବର ଖର୍ସେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯାଦବ ସମାଜ ଜିଲ୍ଲା ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ଉପସଭାପତି ସଂକିର୍ତ୍ତନ ବାଗ, ପାଟଣାଗଡ଼ ଉପଖଣ୍ଡ ସଭାପତି ରାମଚନ୍ଦ୍ର ବାଗ, ବେଲପଡା ବ୍ଳକ ସଭାପତି ଗୋକୁଳ ଖର୍ସେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ବୈଠକରେ ସମାଜର ବିଭିନ୍ନ ଜନକଲ୍ୟାଣ ଦିଗ ଉପରେ ଆଲୋଚନା ହୋଇଥିଲା । ଯାଦବ ସମାଜର ସାମାଜିକ ଅର୍ଥନୈତିକ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ନିୟମାବଳୀ ବିଷୟରେ ମଧ୍ୟ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ପାଟଣାଗଡ଼ ବ୍ଳକର ୩୦ଟି ପଞ୍ଚାୟତର ସଭାପତି, ସମ୍ପାଦକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବୈଠକରେ ପାଟଣାଗଡ଼ ଯାଦବ ସମାଜ କାର୍ଯ୍ୟକାରୀ ସଭାପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ପୁଣି ସଭାପତି ଚୟନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ପାଟଣାଗଡ଼ ବ୍ଳକ ଯାଦବ ସମାଜର ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଗ୍ରୀବର ଖର୍ସେଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ପାଟଣାଗଡ଼ ବ୍ଳକ ଯାଦବ ସମାଜର ନୂତନ ସଭାପତି ଭାବେ ଜଗନ୍ନାଥ ଖର୍ସେଲଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ଯାଦବ ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ବେଲପଡା ବ୍ଳକ ସଭାପତି ରାମଚନ୍ଦ୍ର ବାଗ ପରିଚାଳନା କରିଥିବା ବେଳେ ନୂତନ ସଭାପତି ଜଗନ୍ନାଥ ଖର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ!!

Leave A Reply

Your email address will not be published.