ବିଜେପି ଯୁବମୋର୍ଚ୍ଚାର ବୈଠକ

0 1

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମା ଙ୍କ ଆହ୍ୱାନ କ୍ରମେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ସଂପୃକ୍ତି ଥିବା ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ଆସନ୍ତା ତା:୦୯/୧୨/୨୦୨୧ଦିନ ବିଧାନ ସଭା ଘେରାଉ କରାଯିବ ବୋଲିି ଆଲୋଚନା କରାଯାଇଥିଲା।

ଉକ୍ତ ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରଣ କୁମାର ସାହୁ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରକାଶ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚ୍ଚା ଊପ-ସଭାପତି ଭାରତ ଭୁଷଣ ପ୍ରଧାନ, ସମ୍ପାଦକ ସନ୍ତୋଷ ଭୁତିଆ,ତପନ କୁମାର ସାମଲ,ସଚିନ କୁମାର ସାହୁ, ଅଜିତ କୁମାର ମାହାନ୍ତ, ରଶ୍ମି ରଞ୍ଜନ ବେହେରା,ବିରେନ ପ୍ରଧାନ,ଅକାଲୁ ଦଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.