ଝାଟି ମାଟି ଭଙ୍ଗା ଘରେ କଟୁଛି ଜୀବନ, ନିର୍ବିକାର ନିଦା ଵିଷ୍ଣୁ ପ୍ରଶାସନ

0 2

“ବିଜୁ ପକା ଘର” କି “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ସାତ ସପନ ।

କଲ୍ୟାସିଂହପୁର:ପ୍ରଦୀପ ଦଲାଇ: ଝାଟି ମାଟି ଭଙ୍ଗା ଘରେ କଟୁଛି ଜୀବନ ସରକାରୀ ସହାୟତା ହୋଇଛି ସାତ ସପନ | ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ପଞ୍ଚାୟତରେ | ଏହି ପଂଚାୟତର ଅଧିନସ୍ଥ ରାଉତ ପରିଡିଗୁଡା ପାହାଡ଼ ତଳେ ଏକ ଜାଗାରେ ଦୀର୍ଘ ୫ ବର୍ଷରୁ ଅଧିକ ହେଲାଣି ଏକ ପରିବାର | ଭଙ୍ଗା ଝାଟି ମାଟି ଘରେ ରହି ଆସୁଛନ୍ତି ତିନି ଜଣ ପ୍ରାଣୀ | ଘରର ଅବସ୍ଥା ଦେଖିଲେ ଭୟ ଲାଗୁଚି | କେତେବେଳେ ଘରର ଝାଟି ଦିଆ କାନ୍ଥ ଭାଙ୍ଗିଯାଇ ପାରେ କିମ୍ବା କେତେବେଳେ ଛପର ଖସି ପଡିବ ସେମାନଙ୍କ ଉପରେ | ତଥାପି ଭାଗ୍ୟକୁ ଆଦରି ଏଇ ଭଙ୍ଗା ଦଦରା ଘରେ ରହି ବାକୁ ବାଧ୍ୟ ହୋଇଯାଇଛନ୍ତି ଏଇ ତିନି ଜଣିଆ ପରିବାର।

ଘରେ ବୁଢ଼ୀ ମା ୫କେଜି ଚାଉଳ ଆଉ ୫୦୦ ଶହ ଭତ୍ତା ଟଙ୍କା ସହିତ ପାହାଡ ଉପରେ କିଛି ମାଣ୍ଡିଆ ଚାଷ,ବିରି , କାନ୍ଦୁଲ ଉତ୍ପାଦନ କରି ନାତି ନକୁଳ ଓ ବୋହୁ ଲାଛମି ଦୁଇ ଜଣଙ୍କୁ ସେଥିରେ ହିଁ ବଞ୍ଚିବା ସାହାରା। ଅତି ଗରିବ ଶ୍ରେଣୀରେ ରହି ଆସିଥିବା ବେଳେ ଘର ଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟ ଯାଇ ଅଧିକାରୀ ମାନଙ୍କୁ ଭେଟିବା ପରେ ମଧ୍ୟ ହଁ ହଁ କହି ଭୁଆଁ ବୁଲାଉଛନ୍ତି। ସରକାରୀ ବାବୁ ମାନେ ଯୋଗ୍ୟ ହିତାଧିକାରୀ ନଥିବା ଲୋକଙ୍କୁ ଘର ଯୋଗେଇ ପାରୁଛନ୍ତି ଆଉ ଯୋଗ୍ୟ ହିତାଧିକାରୀ ଖାଲି ଗୁହାରି କରି ଦିନ ଯାଉଛି | କୁଆଡେ ଗଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା ବିଜୁ ପକା ଘର ?

ସେମାନଙ୍କ ପାଇଁ ମୂଲ୍ୟହୀନ ସରକାରଙ୍କ ମାଳ ମାଳ ଯୋଜନା | ଏଭଳି ଲୋକଙ୍କୁ ଯଦି ରହିବାକୁ ବାସ ଖଣ୍ଡେ ନମିଳିବ ତେବେ କାହା ପାଇଁ ସରକାରଙ୍କ ଯୋଜନା ! କାଲି ଯଦି ଏଇ ଭଙ୍ଗା ଝାଟି ମାଟି ଘର ପାଇଁ କିଛି ଅଘଟଣ ଘଟେ, ତେବେ ଦାୟୀ କିଏ ରହିବ ? ତେବେ ଦେଖିବାର ରହିଲା. ପ୍ରଶାସନ ଏ ଖବରଙ୍କୁ ଗୁରୁତ୍ବ ଦେଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ଦୁଃଖ ବୁଝିବ ନା ସେମିତି ଝାଟି ମାଟି ଭଙ୍ଗା ଘରେ ଏମାନଙ୍କ ଜୀବନ କଟିଯିବ ।

Leave A Reply

Your email address will not be published.