ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ନିକଟସ୍ଥ ଛେଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।
କରୋନା କଟକଣା ଯୋଗୁଁ ଗତବର୍ଷ ଡିସେମ୍ବର ତିନି (୩) ତାରିଖ ଦିନ ଏହି ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇ ନଥିବା ବେଳେ ଚଳିତ ବର୍ଷ କିନ୍ତୁ ଆଜିର ଦିନକୁ ବିଶ୍ୱ ଭିନ୍ନକ୍ଷମ ଦିବସ ଭାବେ ପାଳନ କରିଛି ରା.ଉଦୟଗିରି ବ୍ଲକ ଶିକ୍ଷା ବିଭାଗ ।
ଏହି ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟରେ ଅଧ୍ୟାୟନରତ ଥିବା ସମସ୍ତ ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଏଥିରେ ୩୦ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। ସେମାନଙ୍କ ମଧ୍ୟରେ କ୍ରୀଡା , ଚିତ୍ରାଙ୍କନ ଓ ଗୀତଗାଇବା ଭଳି ପ୍ରତିଯୋଗିତା ମାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷା ଅଧିକାରୀ ବିଶ୍ୱନାଥ ଭୂୟାଁ , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜି, ସ୍ଥାନୀୟ ସିଆରସିସି ଗଙ୍ଗାଧର ପାଇକ, ବିରଞ୍ଚି ନାରାୟଣ ଦାସ , ଆରପି ଅଭୟ କୁମାର ଦାସ ଓ ଅଭୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ପାଇକ ଓ ଅନ୍ୟାନ୍ୟ ଶିକ୍ଷକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave A Reply

Your email address will not be published.