ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟର ସ୍ୱାଗତ ସମାରୋହ ଅନୁଷ୍ଠିତ ।

0 2

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନ୍ଫରେନ୍ସ ହଲଠାରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲଳିତେନ୍ଦୁ ନାୟକ ଯୋଗ ଦେଇଥିବା ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପକ ନବକୃଷ୍ଣ ମିଶ୍ର, ଅଧ୍ୟାପକ ବିରଞ୍ଚି ସାହୁ, ଅଧ୍ୟାପକ ଲଳିତ ମୋହନ ପଣ୍ଡା, ଅଧ୍ୟାପକ ଦେବାଶିଷ ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟାପକ ଭଜ ସୁନା କାର୍ଯ୍ୟକ୍ରମ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶୀତଳ ଅଗ୍ରୱାଲ, ଆଦେଶ ଶର୍ମା ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.