ହରିଶଙ୍କର ପୀଠରେ ସିଆରପିଏଫ ଯବାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ସଫେଇ ଅଭିଯାନ କାର୍ଯ୍ୟକ୍ରମ

0 2

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବହୁ ପ୍ରସିଦ୍ଧ ହରିଶଙ୍କର ଶୈବ ପୀଠରେ ସି.ଆର.ପି.ଏଫ ବାଟାଲିୟନ 189 ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ବହୁ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ସି.ଆର.ପି.ଏଫ ଆସିଷ୍ଟାଣ୍ଡ କମାଣ୍ଡର ପବନ କୁମାର ତିୱାରି ଏବଂ ଲକ୍ଷ ବିନ୍ଦର ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଯବାନ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ। ଆହୁରି ମଧ୍ୟ ଅସାମାଜିକ ତତ୍ତ୍ୱ ଉପରେ ରୋକ୍ ଲଗାଇବା ଏବଂ ବିଭିନ୍ନ ନକ୍ସଲ ଗିତିବିଧିକୁ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ସିଆରପିଏଫ 189 ବାଟାଲିୟନ ଯବାନ ପ୍ରତିଶ୍ରୁତିବଦ୍ଧ ବୋଲି ସେମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ । ଆମେ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଆଗମୀ ପିଢ଼ି ପାଇଁ ସ୍ୱଚ୍ଛତା କୁ ଗୁରୁତ୍ଵ ଦେବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଦ୍ୱାରା ହରିଶଙ୍କର ମନ୍ଦିରର ଚାରିପଟେ ଥିବା ଅଳିଆ ଆବର୍ଜନା ସଫା କରିବା ସହିତ ମନ୍ଦିର ଭିତରେ ମଧ୍ୟ ସଫେଇ କରାଯାଇଥିଲା!ସିଆରପିଫର ଏହି କାର୍ଯ୍ୟକୁ ସବୁରୀ ମହଲରୁ ପ୍ରଶଂସା ହେଉଛି |

Leave A Reply

Your email address will not be published.