ଅଙ୍ଗନବାଡି କର୍ମୀ ଓ ସହାୟିକା ନିଯୁକ୍ତିକୁ ନେଇ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି

0 2

ପ୍ରତିବାଦରେ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହାର : ପ୍ରତାରିତ ହେଲେ ବିଷ ପିଇ କରିବେ ଆତ୍ମହତ୍ୟା !

ବାରିପଦା-(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପାଟଳିପୁରା ଗ୍ରା:ପ: ଅଧିନ ଖଣ୍ଡଦେଉଳା ଗ୍ରାମରେ ଦ୍ୱିତୀୟ ଅଂଗନବାଡି କେନ୍ଦ୍ରରେ କର୍ମୀ ଓ ସହାୟିକା ଚୟନରେ ଜିଲ୍ଲା ପ୍ରଶାସନର ଟାଳଟୁଳ ନିତି ଓ ଦୀର୍ଘ ଦୁଇ ବର୍ଷ ଧରି ସୁଷମ ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବନ୍ଦ ରହିବା ପ୍ରତିବାଦରେ ଡିସେମ୍ବର ୩ ଖଣ୍ଡଦେଉଳା ଦ୍ୱିତୀୟ ଅଂଗନବାଡି କେନ୍ଦ୍ରର ହିତାଧିକାରୀ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ।ଏହି ଅନଶନକୁ ସହାୟତା କରିଥିଲେ ଏଚ୍ ଆର୍ ଏଫ୍ ଆଇ ର ସଦସ୍ୟ ଗଣ । ଦୁଇ ଘଣ୍ଟା ଅନଶନରେ ବସିବା ପରେ ଅତିରିକ୍ତ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଆଲୋଚନା ପାଇଁ ଡକାଇଥିଲେ।ଏହି ସମୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ କୁସୁମ ମାଳା ମିଶ୍ର, ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ଦୀର୍ଘ ସମୟ ଆଲୋଚନା ପରେ, ପ୍ରଥମ ଅଂଗନବାଡି କେନ୍ଦ୍ରର କର୍ମୀଙ୍କୁ ବହିଷ୍କାର କରିବାର ପ୍ରତିଶ୍ରୁତି ଦେବା ସହିତ ଆସନ୍ତା କାଲି ମୋରଡା ସିଡିପିଓଙ୍କ ଦ୍ଵାରା ପୁଣି ଥରେ ତଦନ୍ତ କରାଇ ଖୁବ ଶୀଘ୍ର ଦ୍ୱିତୀୟ କେନ୍ଦ୍ରକୁ କାର୍ଯ୍ୟକାରୀ ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ।ଏହା ପରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନଶନକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ । ଯଦି ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୁଅନ୍ତି ତେବେ ଆନ୍ଦୋଳନକାରୀମାନେ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଉତ୍ତରଦାୟୀ ରହିବେ ବୋଲି ଲିଖିତ ଚେତାବନୀ ଦେଇଛନ୍ତି । ଉକ୍ତ ଆଲୋଚନାରେ ଏଚ୍ ଆର୍ ଏଫ୍ ଆଇ ର ଜିଲ୍ଲା ସଂଯୋଜକ ତପନ କୁମାର ପତି, ଉଆଡ୍ ସଦସ୍ୟା ରୂପମଞ୍ଜରୀ ପରିଡା, ମିତା ବେହେରିଣିଆ , ନିରଞ୍ଜନ ପରିଡା, ଯାନକୀ ପୁହାଣ, ଗୈ।ରୀ ବେହେରିଣିଆ, ମମତା ବେହେରା, ପ୍ରତାପ ବିନ୍ଧାଣି, ସନ୍ତୋଷ ପରିଡା, ରାନୁ ବେହେରା, ମଲ୍ଲୀ ଦଳେଇ, ପ୍ରତିମା ବେହେରା, ମିତାଲୀ ଦେହୁରୀ ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.