ମନ୍ତ୍ରୀ ପ୍ରତାପ ଜେନାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର; ୩୯୧ ୟୁନିଟ ରକ୍ତ ସଂଗ୍ରହ ।

0 2

ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ) : ମାହାଙ୍ଗା ବିଧାୟକ ତଥା ରାଜ୍ୟ ଆଇନ,ପଂଚାୟତିରାଜ-ପାନୀୟଜଳ, ଗୃହ ନିର୍ମାଣ- ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ୫୬ ବର୍ଷ ଜନ୍ମଦିନ ପାଳନ ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଡାକବଙ୍ଗଳା ପରିସରରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ରେ ମୋଟ ୩୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହେଉଛି ଏକ ଯୁଗାନ୍ତକାରୀ, ମାନବହିତେଇସି ପଦକ୍ଷେପ । ରକ୍ତଦାନର ମହତ ଉଦେଶ୍ୟ ହେଉଛି “କରିବା ରକ୍ତଦାନ ବଞ୍ଚାଇବା ଜୀବନ” | ରକ୍ତଦାନ ଦ୍ବାରା ଏକ ବହୁମୂଲ୍ୟ ମଣିଷ ଜୀବନ ବଞ୍ଚାଇବା ସମ୍ଭବପର ବୋଲି ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀ ସଂଗଠନ, ବିଜୁ ମହିଳା, ଛାତ୍ର, ଯୁବକ, ସମାଜସେବୀ ଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଧନ୍ୟବାଦ ଜଣାଇଥିଲେ ।

ଏହି ଶିବିରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ଉପାଧକ୍ଷା ସବିତା ମହାନ୍ତି, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ଜିଲାପରିଷଦ ସଭ୍ୟା ସବିତା ସାମଲ, ଗୀତାଞ୍ଜଳି ପଣ୍ଡା, ଜାହିର ମହମଦ, ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ,ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ, ବିପ୍ଳବ କାପ, ଛାତ୍ର ନେତା ସତ୍ୟଜିତ ମହାପାତ୍ର, ସୁଶାନ୍ତ ନାୟକ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ,ଜିଲାପରିସଦ ସଭ୍ୟ ସଭ୍ୟା ଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.