ମାହାଙ୍ଗା – (ଶାସକ ପ୍ରଶାସକ): ସାଲେପୁର କୁଆଁପାଳ ରାସ୍ତାଦେଇ ନିଜ ଗାଁ’ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁରକୁ ଫେରୁଥିବା ବେଳେ ଜଣେ ଯୁବକ ଦୁର୍ଘଟଣାର ଶୀକାର ହୋଇଥିଲେ | ସ୍ଥାନୀୟ ଫାୟାର ଷ୍ଟେସନକୁ ସୂଚନା ଦିଆଯିବାରୁ ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା | ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆହତ ଯୁବକ ରବୀନ୍ଦ୍ର ପଲେଇ(ପପୁ)ଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ଡାକ୍ତରମାନଙ୍କ ସବୁ ଚେଷ୍ଟା ସତ୍ୱେ ପପୁର ସେଠାରେ ମୃତ୍ୟୁ ଘଟିଥିଲା | ଏସସିବିରେ ଶବବ୍ୟବଛେଦ ପରେ ମୃତ ଯୁବକଙ୍କ ମରଦେହକୁ କଲ୍ୟାଣପୁର ଗାଁ’କୁ ନିଆଯାଇଥିଲା | ଅତ୍ୟନ୍ତ ଶୋକାକୂଳ ପରିବେଶ ମଧ୍ୟରେ ବିରୂପା ନଦୀକୂଳ ଶ୍ମଶାନରେ ରବୀନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା| ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା କର୍ମଚଞ୍ଚଳ ଏହି ଯୁବକ ପପୁଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି |
ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ରବୀନ୍ଦ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି | ସାମାଜିକକର୍ମୀ ଅଖିଳେଶ ମହାନ୍ତି, ରବୀନ୍ଦ୍ର ଦାସ, ଚନ୍ଦ୍ରମଣି ଦାଶ,ନିମାଇଁ ଚରଣ ବେହେରା,ମୂଷିବର ପଲେଇ, ନଟବର ମହାନ୍ତି,ରାଧାନାଥ ରାଉତ, ସୁବାଷ ବେହେରା,ହେମନ୍ତ ପ୍ରଧାନ, ସୁଧାଂଶୁ ପାଣି, ଲକ୍ଷ୍ମୀଧର ବେହେରା,ନିହାର ରଞ୍ଜନ ପଣ୍ଡା,ଅଫସର ତୁଲ୍ଲା,ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି, ସୁଦାମ ପଲେଇ, ଦାମୋଦର ପଲେଇ, ଲକ୍ଷ୍ମୀଧର ପଣ୍ଡା, ମହେନ୍ଦ୍ର ଦାସ, ଅରକ୍ଷୀତ ଦାସ,ପ୍ରଫୁଲ୍ଲ ଜେନା,ସୁନାକାର ବେହେରା,ବାବାଜୀ ଚରଣ ମହାନ୍ତି, ମନୋଜ ଦାସ, ଅମୂଲ୍ୟ ପଲେଇ, ଅକ୍ଷୟ ବାରିକ, ଅଞ୍ଜନ ବେହେରା, ଭାଗ୍ୟଧର ବେହେରା,ଗୟାଧର ବେହେରା, ଶରତ ବେହେରା, ଭାରତ ଭୂଷଣ ଦାସ, ସୁଜୟ ବେହେରା,ଅରବିନ୍ଦ ପଣ୍ଡା,କୈଶୋର ଦାସ, ପ୍ରମୁଖ ଗଭୀର ଶୋକ ପ୍ରକାଶକରିଛନ୍ତି !
Sign in
Sign in
Recover your password.
A password will be e-mailed to you.