ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ସଂସଦର ସଭାପତି ଡ଼ଃ ବିଶ୍ୱଜିତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ମଣିଷର ଜୀବନରେ କ୍ରୀଡ଼ାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିବା ବେଳେ କୁଳସଚିବ ସହଦେବ ସମଡିହା ଖେଳାଳୀମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରାଇଥିବା ବେଳେ ଡ଼ଃ କବିତା ସାହୁ, ଡ଼ଃ ଗୁଣନିଧି ଢ଼ାଙ୍ଗଡ଼ା ମାଝୀ, ଡ଼ଃ ଜ୍ୟୋତିନ୍ଦ୍ର ନାଥ ବେଶ୍ରା, ଡ଼ଃ ପୁଷ୍ପଞ୍ଜଳି ପରିଡ଼ା, କ୍ରୀଡ଼ା ସଂସଦର ସମ୍ପାଦକ ଇନ୍ଦ୍ରଜିତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସୟଯୋଗ କରିଥିଲେ ।

ଉକ୍ତ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟରେ ୮ଟି ମହିଳା କବାଡ଼ି ଟିମ ଭାଗ ନେଇଥିବା ବେଳେ ଆଜିତ ଫାଇନାଲ ମ୍ୟାଚରେ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଟିମ ଉଦଳା ମହାବିଦ୍ୟାଳୟ ଟିମକୁ ୩-୧ରେ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଆଜିର ଏହି ଉଦଯାପନୀ ସମାରୋହର ଶେଷରେ ବାଣିଜ୍ୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ଼ଃ ସ୍ମୃତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.