ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ସମ୍ଭାବ୍ୟ ବାତ୍ୟା ଏବଂ ଜୱାଦ ପ୍ରସ୍ତୁତି ବୈଠକ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପଞ୍ଚାୟତ ସମିତିର ଅଧ୍ୟକ୍ଷ , ଅଧ୍ୟକ୍ଷା , ସମସ୍ତ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ , ସଭ୍ୟା , କୃଷି ବିଭାଗ ଅଧିକାରୀ , ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ , ବ୍ଲକ୍ ଶିକ୍ଷା ଅଧିକାରୀ , ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱତନ୍ତ୍ର ରିଲିଫ ଆୟୋଗଙ୍କ ସୂଚନା ଅନୁସାରେ ଡିସେମ୍ବର ୩ ତାରିଖରୁ ୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାର ଆଦାୟ ହେବାକୁ ଥିବା ଖରିଫ ଫସଲକୁ କିପରି ସୁରକ୍ଷିତ ରଖାଯିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା।
ଏହି ସମ୍ଭାବ୍ୟ ବର୍ଷାର ସୂଚନା କିପରି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚିବ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟେକ ଗ୍ରାମାଞ୍ଚଳର ଖରିଫ ଫସଲ ସୁରକ୍ଷିତ ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ପଞ୍ଚାୟତ ସମିତି ଗାଁ ମାନଙ୍କରେ ମାଇକ ଦ୍ୱାରା ପ୍ରଚାର ପ୍ରସାର କରାଯାଇଛି। ସମସ୍ତ ପଞ୍ଚାୟତ ସମିତିର ଧନ ଜୀବନ ଏବଂ ଫସଲ କିପରି ଭାବରେ ସୁରକ୍ଷିତ ଦିଆଯିବ ତା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯେ କୌଣସି
ଅପ୍ରତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି।

Leave A Reply

Your email address will not be published.