ବେଆଇନ ଖଣି ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ତରଫରୁ ରାସ୍ତାରୋକ

0 2

ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ 

ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା  ରଣପୁର ତହସିଲ ଅନ୍ତର୍ଗତ  ଲୋଧାଚୁଆ ରାଜସ୍ବ ନିରୀକ୍ଷକ ଅଧିନସ୍ଥ କୋଇଲମା ମୌଜା ରେ ଚାଲିଥିବା ବେଆଇନି କଳାମୁଗୁନି ପଥର ଖଣି ଉତ୍ତୋଳନ ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ତରଫରୁ ରଣପୁର ରାଜସୁନାଖଳା ରାସ୍ତା ର କୋଇଲମା ଛକ ଠାରେ ଗୁରୁବାର ସକାଳ 8ଘଂଟିକା ସମୟରେ  ରାସ୍ତା ରୋକ କରାଯାଇଥିଲା |
ପୂର୍ବ ସୂଚନା ଅନୁସାରେ ଜିଲ୍ଲାପ୍ରଶାସନ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ରଣପୁର ତହସିଲ ଯୁଗଳ କିଶୋର ମିଶ୍ର ଓ ରଣପୁର ଥାନା ଦାଇତ୍ୱ ରେ ଥିବା ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ରାସ୍ତା ରୋକ ସ୍ଥଳରେ ପହଞ୍ଚି କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆ ଯାଇଥିବା ସାତ ଦଫା ଦାବିକୁ ସମର୍ଥନ କରିବା ସହ ବେଆଇନି ଖଣି ଓ ବ୍ଳାଷ୍ଟିଙ୍ଗ ବନ୍ଦ  କରିବା ସହ ବ୍ଳାଷ୍ଟିଙ୍ଗରେ କ୍ଷତିଗ୍ରସ୍ତ ଘର ଓ ଚାଷ ଜମିକୁ ପ୍ରଶାସନ ତରଫରୁ ଆକଳନ କରି ସହାୟତା ଯୋଗେଇଦେବାକୁ ନିର୍ଭର  ଲିଖିତ ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିଲା |

ଏଠାରେ ସୂଚେଇ ଦିଆ ଯାଉ ଅଛି କି ଏହି କ୍ରିୟାନୁଷ୍ଠାନ କମିଟି ତରଫରୁ ବେଆଇନି ଖଣି ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦ ରେ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିବା ସହ ପ୍ରଶାସନ ନିଷ୍କ୍ରିୟତାକୁ ନେଇ  ଡ଼ିସେମ୍ବର ଦୁଇ ତାରିଖରେ ରାସ୍ତା ରୋକ କରାଯିବା ନେଇ ସ୍ଥିର କରାଯାଇଥିଲା ବେଳେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ରଣପୁର ପ୍ରଶାସନ ତରଫରୁ ନଭେମ୍ବର ୨୯ ତାରିଖ ସୋମବାର ଚଢ଼ାଉ କରାଯାଇ ଏକ କୋଟି ଟଙ୍କା ରୁ ଉର୍ଦ୍ଧ ଟଙ୍କାର ବିସ୍ପୋରକ ସାମଗ୍ରୀ ଜବତ କରିବା ସହିତ ୧୬ଜଣ କୁ ଗିରଫ କରାଯାଇ କୋୖର୍ଟ ଚାଲାଣ କରାଯାଇଥିଲା | ତେବେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଜି  ତଥା ଗୁରୁବାର ରାସ୍ତା ରୋକରେ କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ଯଥା ବୁନ୍ଦାବନପୁର. କୋଇଲମା ସାରଙ୍ଗଧରପୁର ଲୋଧାଚୁଆ କୁଳାସର ଆଦି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ |

Leave A Reply

Your email address will not be published.