ହିଲଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ଯକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ୍ ଦିବସ ପରିପେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା।
ଉକ୍ତ ସଭାରେ ବିଭିନ୍ନ ବିଭାଗର ଶିକ୍ଷକମାନେ ଏଡ଼ସ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କ ସମେତ ବାଳକ, ବାଳିକା ଜାତୀୟ ସେବା ଯୋଜନା, ରେଡକ୍ରସ , ସ୍କାଉଟ ଗାଇଡ଼ର ମିଳିତ ଭାବେ ଏଡ଼ସ୍ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଓ ଫ୍ଳାକାର୍ଡ ଧରି ମୋହନା ସହର ପରିକ୍ରମା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ଜାତୀୟ ସେବା ଯୋଜନା ଅଧିକାରୀ ଭଗବାନ ବିଷୋୟୀ, ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ, ରେଡକ୍ରସ ଓ ସ୍କାଉଟ ଗାଇଡ଼ ଅଧିକାରୀ ମିନକେତନ ମିଶ୍ର ,ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼ , ଏସ୍.ରମେଶ , ଗ୍ରନ୍ଥଗାର ରକ୍ଷକ ଗୋପାଳ ପଟ୍ଟନାୟକ, କାମାକ୍ଷା ପ୍ରସାଦ ପଟ୍ଟନାୟକ ଆଦି କର୍ମଚାରୀ ସହଯୋଗ କରିଥିଲେ।
ସେହିପରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା ଉପସ୍ଥିତ ସାଧାରଣ ଜନତା ଓ ରୋଗୀମାନଙ୍କୁ ଏଡସର ଭୟାବହତା, କାରଣ ଓ ନିରାକରଣ ସମ୍ବନ୍ଧରେ ବୁଝାଇବା ସହିତ ସଚେତନତା କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଡ.କିଶୋର ଚନ୍ଦ୍ର ବେହେରା, ଡ. ଆଶୁତୋଷ ଦାଶ, ବିପିଏମ ବିଭୂପ୍ରସାଦ କର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.