ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼ିସେମ୍ବର ୧ତାରିଖ ଦିନ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅତିଥି ଭାବେ CDM&PHO ଡା. ପ୍ରଦୀପ କୁମାର ପାତ୍ର, ADOHO (TB) ଡା. ରବି ନାରାୟଣ ଦାସ, ADPHO(FW) ଡା.ମହିନ୍ଦ୍ର କୁମାର ଭୂୟାଁ, DPM-NHM ସୌମ୍ୟା ରାଣୀ ଗୌଡ଼ ଯୋଗ ଦେଇଥିଲେ I ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱବସ ତଥା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ।
ଉକ୍ତ ସଭା କୁ ଜିଲ୍ଲା ICTC SUPERVISOR ଶକ୍ତି ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ। ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ପାତ୍ର HIV ର କାରଣ ଓ ନିରାକରଣ ବିଷୟ ରେ ସଚେତନତା ବାର୍ତା ସମସ୍ତଙ୍କୁ ଦେଇଥିଲେ ଏବଂ ଯୁବ ପିଢ଼ି କିପରି ଏହି ବାର୍ତା କୁ ସଠିକ ରୂପେ ପାଳିବେ ସେ ବିଷୟ ରେ ମଧ୍ୟ ପରାମର୍ଶ ଦେଇଥିଲେ। ତତ ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା ମାନେ କିପରି ନିଜର HIV ପରୀକ୍ଷା କରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ଏକ ବକୃତା ପ୍ରତିଯଗିତା ଅନୁଷ୍ଠିତ ହୋଇଥିଲା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.