ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ୍ ସଚେତନତା ଦିବସ ପାଳିତ

0 2

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି।
ଅଧ୍ୟକ୍ଷା ଶ୍ରୀ ଦେବୀ +୨ ଛାତ୍ରୀ ମାନଙ୍କୁ ଏଡ଼ସ୍ ର ଲକ୍ଷଣ , କାରଣ , ନିରାକରଣ , ଭୟାବହତା ଏବଂ ସଚେତନତା ଉପରେ ବୁଝାଇଥିଲେ।
ବିଦ୍ୟାଳୟର ଇତିହାସ ଅଧ୍ୟାପକ ଯଥା ଏନ୍.ଏସ୍.ଏସ୍ ର ସଂଯୋଜକ ଶ୍ରୀଯୁକ୍ତ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଏହି ରୋଗ ସାରା ବିଶ୍ୱକୁ କିଭଳି କବଳିତ କରିଥିଲା , ଏହାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ଏବଂ ଏହାକୁ ସମୂଳେ ବିନାଶ କରିବା ପାଇଁ ବିଶ୍ୱ ଏଡ଼ସ୍ ଦିବସ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ପାଳନ କରାଯାଏ।
ଏହା ୧୯୯୮ ମସିହାରୁ ବିଶ୍ୱ ସମୁଦାୟ ପାଳନ କରିଆସୁଛି ବୋଲି ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ କହିଥିଲେ। ଯୁବ ରେଡକ୍ରସ୍ ର ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ପାତ୍ର ଏହି ବିଷୟରେ ଆଲୋକପାତ କରିଥିଲେ।
ପରିଶେଷରେ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ବିଦ୍ୟାଳୟ ପରିସର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ , ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇ ଥିଲେ।

Leave A Reply

Your email address will not be published.