କେଉଁଠି ରୂପାନ୍ତରଣ, କେଉଁଠି ଶ୍ରେଣୀଗୃହ ନଥିବାରୁ ପିଲା ହଇରାଣ

0 2

ରାଉତ ପରଡିଗୁଡା ବିଦ୍ୟାଳୟରେ ରୋଷେଇ ଗୃହ ବାରଣ୍ଡାରେ ପାଠପଢା ।

କଲ୍ୟାସିଂହପୁର/ପ୍ରଦୀପ ଦଲାଇ:ସବୁଆଡେ ଚାଲିଛି ରୂପାନ୍ତରଣ ପର୍ବ | ସ୍କୁଲ ହେଉଛି ଚକଚକ | କେଉଁଠି ପିଲା ସ୍ମାର୍ଟ କ୍ଳାସରୁମରେ ତା ଆଉ କେଉଁଠି ପିଲାଙ୍କ ବସିବା ପାଇଁ କ୍ଲାସରୁମ ନାହିଁ | କିଏ ବସୁଛି ବାରଣ୍ଡାରେ ତା କିଏ ବସୁଛି ରୋଷେଇ ଘରେ | ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରାଉତ ପରଡିଗୁଡା ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନରେ ବାଧା ହେଉଥିବା ଅଭିଯୋଗ ହୋଇଛି ।

୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ରହିଥିବା ଦେଖିବାକୁ ମିଳିଛି ।ଉକ୍ତ ବିଦ୍ୟାଳୟରେ ୩ଟି ଶ୍ରେଣୀ ଗୃହ ଓ ଗୋଟିଏ ଅଫିସ ଗୃହ ରହିଛି । ଏଠାରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀରେ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇନାହିଁ ।ଏବେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପର୍ଯ୍ୟନ୍ତ ଖୋଲା ଯାଇଛି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ୬୯ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ୪୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।୩ ଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ଗୃହ ଭଗ୍ନ ଅବସ୍ଥାରେ ରହିଥିବା ଯୋଗୁଁ ଗୋଟିଏ ଶ୍ରେଣୀ କକ୍ଷରେ ଏତେ ଛାତ୍ରଛାତ୍ରୀ ବସି ପାଠ ପଢିବା ଅସୁବିଧା ହେଉଥିବା ଯୋଗୁଁ ବାରଣ୍ଡା ଓ ରୋଷେଇ ଗୃହରେ ବସି ପାଠ ପଢା ହେଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟ ରେ ଲଟାଗୁଡା,ପାଟବନ୍ଧ, ରାଉତପରଡିଗୁଡା, ଅନ୍ୟ ପଞ୍ଚାୟତ କନ୍ଧ କାତିପାଡୁ ର ବିଦ୍ୟାର୍ଥୀ ମଧ୍ୟ ଏଠାରେ ପାଠ ପଡୁଥିବା ଜଣାପଡିଛି ।ଆଠ ଶ୍ରେଣୀ କୁ ତିନି ଜଣ ଶିକ୍ଷକ ରହିଛନ୍ତି । ପୁରେନ୍ଦ୍ର ମାର୍ଥା ପ୍ରଧାନ ଶିକ୍ଷକ ରହିଥିବା ବେଳେ ୱାଡ଼କା ଆର୍ଜୁ, ବୈରାଗୀ ପ୍ରାସ୍କା ରହିଛନ୍ତି ।

ଆଠଟି ଶ୍ରେଣୀ କୁ ୩ଜଣ ଶିକ୍ଷକ ଶିକ୍ଷାଦାନ ଦେବାରେ ଅସୁବିଧା ଦେଉଥିବା ଯୋଗୁଁ ଏ ସବୁ ସମସ୍ୟାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ରାଉତ ସମେତ ସଦସ୍ୟ କିଛି ଗ୍ରାମବାସୀ ମିଳିତରେ ତତ୍କାଳୀନ ବିଡ଼ିଓ ,ବ୍ଲକ ଶିକ୍ଷା ଅଧିକାରୀ, କ୍ଲଷ୍ଟର ସ୍ତରୀୟ ଶିକ୍ଷା ଅଧିକାରୀ( ସି ଆର ସି ସି) ଙ୍କୁ ବାରମ୍ବାର ଅଭି ଯୋଗ କରିବା ପରେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ ବୋଲି ବିଦ୍ୟାଳୟ କମିଟି ପକ୍ଷରୁ କୁହାଯାଇଛି ।ଏହାକୁ ନେଇ୨୦୧୫ ମସିହା ଠାରୁ ସମସ୍ୟା ରହିଥିବାରୁ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା ।କିନ୍ତୁ ଏହିବିଦ୍ୟାଳୟ କାହାର ଦରଜ ନଥିବାରୁ ଏପରି ଅବହେଳିତ ଅବସ୍ଥାରେ ପଡି ରହିଛି ।ଉଚ୍ଚ କର୍ତ୍ତୃପକ୍ଷ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ଦାବି କରିଛନ୍ତି ।ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ର ଙ୍କୁ ପଚାରିବାରୁ ସେକହିଲେ ଖବର ଶୁଣି ଉକ୍ତ ବିଦ୍ୟାଳୟକୁପରିଦର୍ଶନରେ ଯାଇଥିଲୁ ,ବିଦ୍ୟାଳୟ ରେ ଶିକ୍ଷକ ସମସ୍ୟା ଓ ବିଦ୍ୟାଳୟ ଅବ୍ୟବସ୍ଥା ରହିଥିବା କହିଛନ୍ତି । ବି ଇଓ ଙ୍କୁ ତରଫରୁ ଗୋଟିଏ ଶିକ୍ଷକ ଯୋଗାଇ ଦେବୁ କିନ୍ତୁ ବ୍ଲକ ଦ୍ୱାରା ବିଦ୍ୟାଳୟ ମରାମତି କରି ପାରିବେ ବୋଲି କହିଛନ୍ତି ।ଏବଂ ଲିଖିତ ଦେଲେ ବିଡ଼ିଓ ଙ୍କୁ ଜାଣିବୁ ବୋଲି କହିଛନ୍ତି ।
ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ମୁଁ ଖବର ପାଇଲି ପରିଦର୍ଶନରେ ଯାଇ ଦେଖିବା ପରେ ସୂଚନା ଦେବୀ କହିଲେ ।

Leave A Reply

Your email address will not be published.