ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବାଜପୁରା ପଞ୍ଚାୟତ ମାର୍କେଟ କମ୍ପ୍ଲେସ ଉଦଘାଟିତ

0 2

ମନ୍ତ୍ରୀଙ୍କ ଦ୍ବରା ୫୦୦ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ।

ବାଜପୁରା ପଞ୍ଚାୟତ ହେଉଛି ମୋ ପଞ୍ଚାୟତ – ମନ୍ତ୍ରୀ।

ମାହାଙ୍ଗା(ସପ୍ତଜ୍ୟୋତି ରାଉଳ) ବାଜପୁରା ପଞ୍ଚାୟତ ମାହାଙ୍ଗା ବ୍ଲକର ଏକ ଅଗ୍ରଣୀ ପଂଚାୟତ ଭାବେ ନିଜକୁ ଗଢି ତୋଳିଛି | ଏହି ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି | ଚାଷୀ ଓ ବ୍ୟବସାୟୀ ମାନଙ୍କ ଆର୍ଥିକ ବିକାଶ ପାଇଁ ଏଠାରେ ଏକ ମଡେଲ ମାର୍କେଟ କମ୍ପ୍ଲେସ ଉଦଘାଟିତ ହୋଇଯାଇଛି | ଆଇନ ମନ୍ତ୍ରୀ ଶ୍ରୀ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗରୀବ ଓ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ !
ଏହି ଉତ୍ସବରେ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ସଂଖ୍ୟାଲଘୁ କମିଟି ସଭାପତି ରିଆଯୁଲ ହୋଦା, ଜିଲ୍ଲା ବିଜେଡି ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଶରତ ମହାପାତ୍ର, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀଯୁକ୍ତ ଉମାଶଙ୍କର ବିଶ୍ଵାଳ, ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ରାଉତ, ସମାଜସେବୀ ପ୍ରଶାନ୍ତ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ |ବିରୂପା ନଦୀ ଜୟପୁର ସେତୁ ନିକଟରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଏକ ବିରାଟ ପଟୁଆରରେ ବାଜପୁରା ଗାଁ’ କୁ ପାଛୋଟି ନିଆଯାଇଥିଲା |ପଞ୍ଚାୟତର ଶହଶହ ମହିଳା ଓ ମୁରବୀ ତଥା ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ !

Leave A Reply

Your email address will not be published.