ମହିଳା ସଶକ୍ତିକରଣ ରାଜ୍ୟ ସରକାରଙ୍କର ଏକ ବଡ ଉପଲବ୍ଧି: ମନ୍ତ୍ରୀ ପ୍ରତାପ ଜେନା

0 1

ତୃତୀୟ ଦିନର ମନ୍ତ୍ରୀ ପ୍ରତାପ ଜେନାଙ୍କ ମାରାଥନ୍ ବୈଠକ

ମାହାଙ୍ଗା ବ୍ଲକ୍ ପାଇକରାପୁର ଠାରେ ବିଶାଳ ମିଶନଶକ୍ତି ସମାବେଶ।

ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ):ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୃତୀୟ ଦିନର ମାରାଥନ ଗସ୍ତ କାର୍ଯ୍ୟକ୍ରମରେ ଶହଶହ ମହିଳା ଓ ଯୁବବର୍ଗଙ୍କୁ ଦେଖିବାକୁ ମିଳିଛି | ଆଜି ବିଶାଳ ମିଶନ ଶକ୍ତି ସମାବେଶରେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇ ବିଜେଡି ସରକାର ଓ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଆଜି ସବୁ ବର୍ଗର ଲୋକଙ୍କୁ ଆକର୍ଷିତ କରିପାରିଛି ବୋଲି ମତବ୍ୟକ୍ତ କରିଛନ୍ତି |
ପାଇକରାପୁର ପଞ୍ଚାୟତ ସମ୍ମୁଖରେ ମିଶନ ଶକ୍ତି ପକ୍ଷରୁ ଅନୁଷ୍ଠିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ତଥା ସମାବେଶରେ ସିଡିପିଓ ପ୍ରମୋଦିନି ଦାସ ଅଧ୍ୟକ୍ଷତା କରିଥିଲେ | ଉତ୍ସବରେ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରୀ ଶକ୍ତିର ପରାକାଷ୍ଠା ଓ ସେମାନଙ୍କ ପ୍ରତି ଆମର ସମ୍ମାନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ | .ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ଜେନା କହିଥିଲେ| ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭାଗିଦାରୀ ସବୁବେଳେ ପ୍ରଶଂସନୀୟ ବୋଲି ମନ୍ତୀ କହିଥିଲେ | ମିଶନସକ୍ତି ଜରୀଆରେ ବିକାଶର ନୂଆ ରାହା ସୃଷ୍ଟି ସମ୍ଭବ ଓ ବିଜେଡି ସରକାର ସବୁବେଳେ ଏ କ୍ଷେତ୍ରରେ ଜୋର ଦେଇଆସିଥିବାରୁ ଆଜି ଏହାର ସୁଫଳ ସବୁଠି ଦେଖିବାକୁ ମିଳୁଛି ବୋଲି ମନ୍ତୀ କହିଥିଲେ |
ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ,ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା, ବ୍ଲକ୍ ବିଜେଡି ସଭାପତି ଶରତ କୁମାର ମହାପାତ୍ର, ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀଯୁକ୍ତ ଉମାକାନ୍ତ ବିଶ୍ଵାଳ, ଜିଲ୍ଲାପରିଷଦ ସଭ୍ୟା ଅନୁସୂୟା ବେହେରା,ସଂଗଠକ ନିରଞ୍ଜନ ପ୍ରଧାନ,ସରପଞ୍ଚ ବାବାଜୀ ଚରଣ ଦାସ, ସମିତିସଭ୍ୟା ନଳିନୀ ମଲ୍ଲିକ, ମହିଳା ଫେଡେରେସନ ସଭାପତି ସୁକାନ୍ତି ରାଉତ, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ |
ପାଇକରାପୁର ପଂଚାୟତ ବିଜେଡି ସଭାପତି ଗୟାଧର ରାଉତ,ଶିକ୍ଷାବିତ ତ୍ରିଲୋଚନ ସାହୁ, ପୂର୍ବତନ ସମିତିସଭ୍ୟ ଦିଲ୍ଲୀପ ସିଂ,ପଂଚାୟତ ପର୍ଯ୍ୟବେକ୍ଷକ ପ୍ରଦୀପ୍ତ ବିଶ୍ୱାଳ, ଦେବାଶିଷ ସିଂ,ପ୍ରଶାନ୍ତ ସିଂ, ହରେକୃଷ୍ଣ ମଲ୍ଲିକ, କରୁଣାକର ଦାସ, ପ୍ରତାପ ପରିଡା, ଯୁବବିଜେଡି ଉପସଭାପତି ସଞ୍ଜୟ ସାମଲ, ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ମାଟିପାରିଲୋ ଠାରେ ଲକ୍ଷ୍ମୀମଣ୍ଡପ ଗୃହ ଓ ବାପୁଜୀ କ୍ଲବର ନବନିର୍ମିତ କୋଠା ଘରକୁ ମନ୍ତ୍ରୀ ଉଦଘାଟନ କରିଥିଲେ ।

Leave A Reply

Your email address will not be published.