ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭୋଟର ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଭୋଟର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ଶ୍ରୀ ରାଜେନ୍ଦ୍ର ଭୂୟାଁ ଏବଂ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ , ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ
ନେତୃତ୍ୱରେ ଏକ ବିରାଟ ଭୋଟର ସଚେତନତା ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ଵ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଥ ଦେଇ ନଗର ର ମୁଖ୍ୟ ରାସ୍ତା ପରିଭ୍ରମଣ କରି ଜନସାଧାରଣଙ୍କୁ ଭୋଟର ସଚେତନତା ସୃଷ୍ଟି କରିଥଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ ଏସ୍ ଏସ୍ ଅଧ୍ୟାପକ ଶ୍ରୀଯୁକ୍ତ ଡ଼ଃ ନୃସିଂହ ପ୍ରସାଦ ପାଣିଗ୍ରାହୀ , ଯୁବରେଡ୍କ୍ରସର ଅଧ୍ୟାପିକା ଶ୍ରୀମତୀ ସଂଯୁକ୍ତା ପାତ୍ର , ଏନ୍ ସି ସି ଅଧ୍ୟାପିକା ଶ୍ରୀମତୀ ଅନୀତା ପାଢୀ , କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା , ପ୍ରାଧ୍ୟାପିକା ଶ୍ରୀମତୀ ଡ଼ଃ ମନୋଶ୍ୱିନୀ ଦାସ ଏବଂ ସମସ୍ତ କର୍ମଚାରୀ ଏହି ରାଲିରେ ଯୋଗ ଦେଇ
“ଭୋଟ ଦେବା ଦେଶ ଗଢିବା” “ଭୋଟ ଦେବା ମୌଳିକ ଅଧିକାର” ସ୍ଲୋଗାନ ଦେଇ ଛାତ୍ରୀ ମାନେ ସହରରେ କେତେକ ମୁଖ୍ୟ ରାସ୍ତା ପରିକ୍ରମା କରି ଜନସାଧାରଣଙ୍କୁ ଭୋଟ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଥିଲେ।
ଏହି କାର୍ଯ୍ୟକ୍ରମ କରିବା ପାଇଁ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାରଣା ଏହି ବିଦ୍ୟାଳୟର ଯୁବ ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ ଏପରି କି ନିଜ ମୋବାଇଲ୍ ରେ ଭୋଟର ଆପ୍ ମାଧ୍ୟମରେ ଭୋଟର ଲିଷ୍ଟରେ ନାମ ଯୋଡିବା ଏବଂ ଅନ୍ୟ ମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.