ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜ଼ୀଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟ ଅତିଥି ଭାବରେ ପୂର୍ଣ୍ଣଚନ୍ଦ୍ର ନେତାମ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ ଡାକ୍ତର ମେଜର ରାମଚନ୍ଦ୍ର ମିଶ୍ର ଯୋଗଦେଇ ବାବା ସାହେବ ଆମ୍ବେଦକର ଙ୍କ ଜୀବନୀ ଓ ଦେଶ ମାତୃକାର ସେବା ସମ୍ପର୍କରେ ଉଦବୋଧନ ଦେଇଛନ୍ତି । ସମ୍ମନିତ ଅତିଥି ଭାବରେ ଡକ୍ଟର ପଦ୍ମଲୋଚନ ବର୍ମା,ଆଇନଜୀବୀ ଯୁଧିଷ୍ଠିର ମେହେର,ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିଲଡ଼ ଅଫିସର ନିଯୋଗ ପାତ୍ର,ସାମ୍ବାଦିକ ରୁଦ୍ରରାଜ ବାଗ,ସୁରେନ୍ଦ୍ର କୁମାର,ଧିରୁ ପାତ୍ର, ମହାଦେବ ପାତ୍ର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଛନ୍ତି ।

Leave A Reply

Your email address will not be published.