ମାହାଙ୍ଗା : କୁହୁଣ୍ଡା ଓ ପାଇକରାଏପୁର ପଞ୍ଚାୟତରୁ ବହୁ ବିରୋଧି କର୍ମୀ ବିଜେଡି ଶିବିରରେ

0

ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ

ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଓ ପାଇକେରାପୁର ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଆଇନିମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ବାସଭବନରେ ଅନୁଷ୍ଠିତ ହୋଇଯାଇଛି !
ଉଭୟ ପଞ୍ଚାୟତରୁ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ଶାସକ ବିଜେଡିରେ ସାମିଲ ହୋଇଥିଲେ | କୁହୁଣ୍ଡା ପଞ୍ଚାୟତ 12ଓ 13 ନମ୍ବର ୱାର୍ଡ ରୁ କଂଗ୍ରେସ ନେତା ଅଫସର ତୁଲ୍ଲାଙ୍କ ଏବଂ ମୋହି ଉଦ୍ଦିନ ଖାଁଙ୍କ ନେତୃତ୍ୱରେ ବହୁ କର୍ମୀ ଦଳ ଛାଡିବା ଦେଖିବାକୁ ମିଳିଥିଲା | ସେହିପରି 3, 4, 8,9 10 ଓ 11 ନମ୍ବର ୱାର୍ଡରୁ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିଲେ |
ଏହି ମିଶ୍ରଣ ପର୍ବରେ ଆଇନମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ତୃଣମୂଳ ସ୍ତରରୁ କର୍ମୀ ଓ ନେତା ମାନଙ୍କୁ ସ୍ୱାଗତ କରିଥିଲେ | କୁହୁଣ୍ଡା ପଂଚାୟତ ବିଜେଡି ସଭାପତି ରାଧାନାଥ ରାଉତ, ପୂର୍ବତନ ସରପଞ୍ଚ ସୁବାଷ ବେହେରା, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଦଳୀୟ ପର୍ଯ୍ୟବେକ୍ଷକ ସତ୍ୟନାରାୟଣ ମହାନ୍ତି,ଯୁବ ସଂଗଠକ ଗଣେଶ ବିହାରୀ,ସୋସିଆଲ ମିଡ଼ିଆ ସଂଯୋଜକ ଭାନୁପ୍ରତାପ ସାମଲ ଓ ଦିଲୀପ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ|
ଜମିରୁଦ୍ଦିନ ଖାଁ, କାମିରୁଦ୍ଦିନ ଖାଁ, ତମିରୁଦ୍ଦିନ ଖାଁ, ମନି ରୁଦ୍ଦିନ ଖାଁ, ଅବଦୁଲ ହନାନ, ବାସବ ବେହେରା, ରମେଶ ବେହେରା, ରାଜକିଶୋର ବେହେରା, କୈଶୋର ଦାସ, ରାମଚନ୍ଦ୍ର ବେହେରା, ଜାକିର ମହମଦ, ହଲିମ ମହମ୍ମଦ, ଅଜିତ ତୁଲ୍ଲା, ସମସର ଖାଁ, ଶରତ ପଣ୍ଡା, ଧ୍ରୁବ ଚରଣ ଦାଶ, ମାନସ ବେହେରା, ଅଚ୍ୟୁତାନନ୍ଦ ଦାସ, ପ୍ରତାପ ମହାନ୍ତି,ପ୍ରମୁଖ 50ରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ |
ସେହିପରି ପାଇକେରାପୁର ପଞ୍ଚାୟତରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ | ପ୍ରତାପ ପରିଡାଙ୍କ ନେତୃତ୍ୱରେ ଏହି କର୍ମୀମାନେ ବିଜେଡିରେ ସାମିଲ ହୋଇଥିଲେ |
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରଦୀପ୍ତ ବିଶ୍ୱାଳ,ତ୍ରିଲୋଚନ ସାହୁ, କରୁଣାକର ଦାସ, ପ୍ରଦୀପ ବେହେରା, କାହ୍ନୁ ଚରଣ ମଲ୍ଲିକ, ସଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ |
ଦଳରେ ପବିତ୍ର ସିଂ, ନାରାୟଣ ଶତପଥୀ, ଶତ୍ରୁଘ୍ନ ପରିଡା, ସତ୍ୟରଞ୍ଜନ ଶତପଥୀ,ଅଭୟ ରାଉତ, ସଞ୍ଜୟ ଜେନା, ଅମୂଲ୍ୟ ପରିଜା ପ୍ରମୁଖ ଯୋଗଦେଇଥିଲେ | ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଏହି ମିଶ୍ରଣ ପର୍ବ ବିରୋଧି ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି !

Leave A Reply

Your email address will not be published.