ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥ ରେଳ ସଦନ ଠାରେ ଆଜି ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି | ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏବଂ କର୍ମଚାରୀମାନେ ସମଗ୍ର ଦେଶରେ ସମ୍ବିଧାନ ପ୍ରତିଷ୍ଠା ଦିବସ ଉତ୍ସବର ନେତୃତ୍ୱ ନେଇଥିବା ଭାରତର ରାଷ୍ଟ୍ରପତିଙ୍କ ଲାଇଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଥିଲେ |
ଏହା ବ୍ୟତୀତ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଅଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ରେଳପଥର ପରିସୀମା ମଧ୍ୟରେ ଦୂର ସ୍ଥାନଗୁଡିକ ଠାରେ ରେଳବାଇ କର୍ମଚାରୀ ଏବଂ ଅଧିକାରୀମାନେ ୱେବ୍ ଲିଙ୍କ୍ ମାଧ୍ୟମରେ ଭାରତୀୟ ସମ୍ବିଧାନର ଲାଇଭ୍ ଷ୍ଟ୍ରିମିଂ ଦେଖିବା ସହିତ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଛନ୍ତି | ଏହି ଅବସରରେ ଜନସାଧାରଣଙ୍କୁ ସମ୍ବିଧାନ ଦିବସ ପାଳନ ଉତ୍ସବକୁ ଦେଖାଇବାପାଇଁ ଏବଂ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେବାପାଇଁ ବିଭିନ୍ନ ରେଳ ଷ୍ଟେସନରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଆୟୋଜନ କରାଯାଇଥିଲା |
ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ରେଳ ସଦନ ଠାରେ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.