ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର-୩ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର-୩ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରର ମୁଖ୍ୟ ଶୀର୍ଷକ ହେଲା “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ”।
ଓଡିଆ ବିଭାଗର ମୁଖ୍ୟ ଡ. ଚନ୍ଦ୍ରଶେଖର ଦାସଙ୍କ ସଭାପତିତ୍ୱ ମୁଖ୍ୟ ଆଲୋଚକ ଭାବେ ବ୍ରହ୍ମପୁର ର ଶ୍ରୀ ସୋମନାଥ ବେହେରା ଯୋଗଦେଇ ସାମ୍ପ୍ରତିକ ଓଡ଼ିଆ ନାଟ୍ୟ ପରମ୍ପରା ଏକ ଭିନ୍ନ ସ୍ଥିତିରେ ଗତି କରୁଛି ଯାହାକି ଭାରତୀୟ ପବିତ୍ରତାର ସଂସ୍କାରରେ ବ୍ୟତିକ୍ରମ ରହୁଛି। ଆମେ ପୁଣି ପଛକୁ ଯିବା ନାଟକର ପ୍ରାଣ ଶକ୍ତିକୁ ସାଉଁଟି ସମାଜକୁ ମୁଖ୍ୟ ସ୍ରୋତରେ ଆଣିବାକୁ ହେବ। ବାସ୍ତବ ଆତ୍ମିକ ଉତ୍ତରଣ ଦରକାର। ବିଜ୍ଞାନ ସହ ତାଳ ଦେବା ଭୂଲନୁହେ ବରଂ ଆଜିର ବିଜ୍ଞାନ କୁ କାଲିର ନାଟକ ସହ ସଂଯୋଗ ସ୍ଥାପନ କରିବା ଜରୁରୀ, ବିଶିଷ୍ଟ ଅତିଥି ତଥା ମୁଖ୍ୟ ଆଲୋଚକ ଶ୍ରୀ ସୋମନାଥ ବେହେରା କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି , ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ବେବର୍ତ୍ତା , ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ଅର୍ଜୁନ ଜେନା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଲକ୍ଷ୍ମୀ ମହାଙ୍କୁଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା।

Leave A Reply

Your email address will not be published.