ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ଗୋବିନ୍ଦପୁର ଆନୁକୂଲ୍ୟରେ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଙ୍କୁ ଶିକ୍ଷକତା ଅବସରକାଳୀନ ବିଦାୟ ସମ୍ୱର୍ଦ୍ଦନା ପ୍ରଦାନ କରାଯାଇଛି । ଆୟୋଜିତ ସମ୍ୱର୍ଦ୍ଦନା ସଭାରେ ସି ଆର ସିଅତୁଳ କୁମାର ସୁପକାର ଅଧ୍ୟକ୍ଷତା କରିଥିବା ବେଳେ,ମୁଖ୍ୟଅତିଥି ଭାବରେ ସିନାପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ରୁଦ୍ରଶ୍ୱର ମେହେର, ମୁଖ୍ୟବକ୍ତା ସିନାପାଲି ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ସତ୍ୟବ୍ରତ ଗହୀର, ବାବୁଲାଲ ବାଗ, ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଯୋଗଦେଇ ଉଦବୋଧନ ଦେଇଛନ୍ତି। ବିଶିଷ୍ଟ ଅତିଥି ଭାବରେ ବିଦାୟୀ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଆସିନଥିଲେ । ବିଦାୟୀ ବରିଷ୍ଠ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ୧୯୮୬ ମସିହାରୁ ଶିକ୍ଷକତା ଆରମ୍ଭକରି ଦୀର୍ଘ ୩୬ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ଶହଶହ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରିଛନ୍ତି । ଶ୍ରୀ ବନ୍ଦିଛୋର ଜଣେ ସରଳ ନିଷ୍କପଟ ମିଷ୍ଠଭାଷି, ମିଳାପୀ ବ୍ୟକ୍ତିତ୍ୟ ଅଟନ୍ତି। 

Leave A Reply

Your email address will not be published.