ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଗଟଲପଦର ପଞ୍ଚାୟତର କୁସୁମଗୁଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ପ୍ରଭୁ ମାତାର ବନାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ଭାବେ ସମାପନ କରାଯାଇଛି। କୋଭିଡି ନିୟମକୁ ପାଳନ କରି ସବୁ ରୀତି ନୀତି କାର୍ଯ୍ୟକ୍ରମ କରକାଇଥିଲା। ସକାଳୁ ପ୍ରଥମେ ନିକଟସ୍ଥ ଜଲାଶୟରୁ କଳସଯାତ୍ରା ବାହାରି ମନ୍ଦିରକୁ ଆଣାଯାଇ ସ୍ଥାପନ କରାଯାଇଥିଲା। ପରେ ସୂର୍ଯ୍ୟପୂଜା ଅନ୍ୟ ଦେବା ଦେବୀଙ୍କୁ ପୂଜାର୍ଚନାପରେ ତୁଳସୀ ଦେବୀଙ୍କୁ ଆବାହନ କରି ମଣ୍ଡପରେ ସ୍ଥାପନ କରାଯାଇଥିଲା।ଆଠ ଘଣ୍ଟିକା ସମୟରେ ନୀଳଚକ୍ରକୁ ଗ୍ରାମ ପରିକ୍ରମା କରିବାପରେ ମନ୍ଦିର ଶିଖରେ ସ୍ଥାପନ କରାଯାଇଥିଲା।ପରେ ହୋମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ଆଦି କରାଯାଇ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସମାପନ କରାଯାଇଛି। ଗ୍ରାମର ସମସ୍ତ ଜନସାଧାରଣ ମିଶି ଏହି କାର୍ଯ୍ୟକୁ ଭକ୍ତିର ସହ ଆୟୋଜନ କରିଥିଲେ।ଗତ ବର୍ଷ ହେବାକୁ ଥିବା ଏହି ଉତ୍ସବ କରନା କଟକଣା ହେତୁ ସ୍ଥଗିତ ରଖାଯାଇଥିଲା । ନୂତନ ମନ୍ଦିର ପ୍ରତିଷ୍ଠା ଉଛବ ଦେଖିବାଲାଗି ଆଖ ପାଖ ଗ୍ରାମର ବହୁ ଶବର ସମ୍ପ୍ରଦାୟର ଲୋକେ ଏକାଠି ହଇଥିଲେ । ଅକ୍ଷରବ୍ରହ୍ମ ଦେବତାଙ୍କୁ ପୂଜାର୍ଚନା କରିଥିଲେ । ମନ୍ଦିର କାନ୍ଥ ଗୁଡିକରେ ଅଙ୍କା ଯାଇଥିବା ମହାଭାରତ ବର୍ଣିତ ଜାରାଶବର ଭଳି ଶବର ସଂସ୍କୃତିର ଅନେକ ପଟ୍ଟଚିତ୍ର ଲୋକଙ୍କୁ ଆକୃଷ୍ଟ କରୁଥିଲା ।ଏହି ଉତ୍ସବରେ ଏହି ଦେବତାଙ୍କ ପ୍ରତିଷ୍ଠାତା ମାଙ୍ଗେଇ ଗମାଙ୍ଗଙ୍କ ସୌରା ଲିପି ପୁରାଣ ଫଟୋ କିଣିବାକୁ ଉତ୍ସାହର ସହ କିଣା ବିକା କରିବା ଦେଖିବାକୁ ମିଳିଥିଲା।ଏହିଗ୍ରାମରେ ମିଠା ଚଣା ଭଳି ମିଠେଇ ଇତ୍ୟାଦି ପସରା ଲାଗିଥିଲା | ପିଲାମାନେ ମିଠା ଦୋକାନ ଆଗରେ ଭିଡ଼ ଜମାଇଥିଲେ। ଲୋପ ପାଇଯାଉଥିବା ସଂସ୍କୃତି ପରମ୍ପରା ନୂତନ ପିଡିଙ୍କୁ ନୂଆ ଦିଗ୍ଦର୍ଶନ ଦେଖାଇଛି ବୋଲି ଏଠାକାର ମୁଖ୍ୟ ପୂଜକ କହିଛନ୍ତି।ଆମ ମାତାର ବାନାମ ଶବର ସମାଜ ଏହି ଆଦିବାସୀ ପରମ୍ପରାକୁ କିପରି ଜୀବିତ ରହି ଆଗକୁ ସୁଚାରୁଭାବେ ଚାଲିବ ତାହା ପ୍ରତି ସଦା ସର୍ବଦା ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.