ଅନ୍ୟ ଦଳରୁ ୫୦୦ରୁ ଉର୍ଧ୍ଵ କର୍ମୀ କଂଗ୍ରେସରେ ଯୋଗଦେଲେ: କଂଗ୍ରେସର ରଣ ହୁଙ୍କାର

0

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ : ଆଜି ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ କାଶୀପୁର କଂଗ୍ରେସ ଦଳର ମିଶ୍ର ପର୍ବ ସହ ଆଗାମୀ ନିର୍ବାଚନ ରେ ବିଜୟ ବାନା ପୋତିବା ନେଇ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି | କୋରାପୁଟ ସାଂସଦ ସପ୍ତଗିରି ଉଲାକା ତାଙ୍କ ଅଭିଭାଷଣରେ ଆଗକୁ ଝୋଡିଆ ଜାତିଙ୍କୁ ଅନୁସଚିତ ଜାତିର ମାନ୍ୟତା, ପ୍ରତ୍ୟେକ ଗ୍ରାମକୁ ମୋବାଇଲ ନେଟୱର୍କ, ଡିମୁଣ୍ଡି ଓ ଡି. କରଳ ଗ୍ରାମକୁ କମ୍ପାନୀର ନିୟମ ଅନୁଯାୟୀ ବିସ୍ଥାପିତ କରିବା ଓ  କଂସାରିଗୁଡାରେ ରିଫାଇନାରୀ ପ୍ରକଳ୍ପ ଆଦି ଉପରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି | ବର୍ତ୍ତମାନ କଂଗ୍ରେସ ଦଳର କୌଣସି ବାଦ ବିବାଦ ନାହିଁ କି ଆଗକୁ ମଧ୍ୟ ରହିବ ନାହିଁ ବୋଲି ମଧ୍ୟ କହିଛନ୍ତି | କଂଗ୍ରେସ ଦଳର କିଛି କର୍ମୀଙ୍କୁ ବିଜେଡି ଅର୍ଥ ପ୍ରଲୋଭନ ଦେଖାଇ ତାଙ୍କ ଆଡକୁ ଟାଣୁଥିବା ଓ କଂଗ୍ରେସ ଦଳର ଅଧିକାଂଶ କର୍ମୀ ବିଜେଡି ଦଳରେ ଯୋଗ ଦେଲେ ବୋଲି ମଧ୍ୟ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି  ଜିଲ୍ଲା କଂଗ୍ରେସ ଅନୁସୂଚିତ ସେଲ ଅଧ୍ୟକ୍ଷ .ରାଜେନ୍ଦ୍ର ଦୁରିଆ ତାଙ୍କ ଭାଷଣ ଆରମ୍ଭରୁ କହିଥିଲେ |

ଆଜି ପ୍ରାୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିରୁ ୫୦୦ରୁ ଉର୍ଧ୍ଵ ଜଣ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ  ସଂଗଠିତ ହୋଇ ଦଳର କାର୍ଯ୍ୟ ନିଭେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ଆଜିର କାର୍ଯ୍ୟକ୍ରମ ରେ ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବିଧାୟକ ପ୍ରାର୍ଥୀ ଆପ୍ପଲୁ ସ୍ୱାମୀ କାଡ୍ରକା, ସିମାଞ୍ଚଳ ଉଲାକା, ରାଜ୍ୟ କଂଗ୍ରେସ ସେବା ଦଳ  ସଭାପତି ଅନିଲ ଜୈନ, ରାଜ୍ୟ କିଷାନ ସେଲ ସଭାପତି ପି.ଦେବେନ୍ଦ୍ର ରାଓ, କାଶୀପୁର ବ୍ଲକ ସଭାପତି ଅଙ୍ଗଦ ନାଏକ, ସାଂସଦ ପ୍ରତିନିଧି ସଦାନନ୍ଦ ନାଏକ, ଯୁବ ସଂଗଠକ କାଶୀପୁର ଯୁଜୁରୁ ମାଝୀ,ମହିଳା କଂଗ୍ରେସ ସଭାନେତ୍ରୀ ଗୌରୀ ନାଏକ, ଜିଲ୍ଲା ପରିଷଦ ସଭ୍ୟା ଅମ୍ବିକା ମାଝୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉଜ୍ଜାଲାଦେଇ ମାଝୀ, ହେମଲତା କାଡ୍ରକା ଙ୍କ ସହ ପ୍ରାୟ ତିନି ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.