ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଞ୍ଚାୟତର ମୁଣ୍ଡଗୋହିରା ଗ୍ରାମ ଠାରେ ୨୧ ଗୋଟି ସଙ୍କୀର୍ତ୍ତନ, ଶଙ୍ଖ ଏବଂ ମାଦଳ ଗୋଷ୍ଟୀ ର ପାଖାପାଖି ୪୧୦ ଜଣ କଳାକାର ଙ୍କୁ ଚିହ୍ନଟ କରାଯିବା ସହ ମହିଳା ମାନଙ୍କୁ ଶାଢ଼ୀ ଓ ପୁରୁଷ ମାନଙ୍କୁ ଧୋତି ଗାମୁଛା ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଗଲା। ଏହି କାର୍ଯ୍ୟକ୍ରମ ରେ ଦେବଗଡ଼ ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଶ୍ରୀ ଅଶ୍ଵିନୀ ତ୍ରିପାଠୀ, ଦେବଗଡ଼ ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଯୁବ ସଭାପତି ପ୍ରତାପ କୁମାର ଦେବ, ଛାତ୍ର ସଭାପତି ଭବାନୀ ଶଙ୍କର ସାହୁ, ମହିଳା ଜିଲ୍ଲା ସଭାପତି ଅରୁଣି ପ୍ରଧାନ, ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୂର୍ଷେଠ,ତିଲେଇବଣି ବ୍ଲକ ଯୁବ ସଭାପତି ସୁନିଲ କୁମାର ସାହୁ, ରିଆମାଳ ବ୍ଲକ ଯୁବ ସଭାପତି ଆଲୋକ କୁମାର ପ୍ରଧାନ, ବାରକୋଟ ବ୍ଲକ ଯୁବ ସଭାପତି ସିକୁନ କୁମାର ପ୍ରଧାନ, ନଗର ଯୁବ ସଭାପତି ରୂପକ କୁମାର ମାଝୀ, ନାରୀନେତ୍ରୀ ପୁଷ୍ପାଞ୍ଜଳି ସାମଲ, ରୁନା ପଣ୍ଡା, ସ୍ଵସ୍ତିକ ମହାପାତ୍ର, ଶରତ କୁମାର ମେହେର, ମାନସ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପ୍ରତେକ ବ୍ଲକ, ପଞ୍ଚାୟତ ଏବଂ ପୌରପରିଷଦ ର ସମସ୍ତ ୱାର୍ଡରେ ଥିବା କଳାକାର ମାନଙ୍କୁ ଚିହ୍ନଟ କରାଯିବା ସହ ଏହି କାର୍ଯ୍ୟକ୍ରମ କରାଯିବା ବୋଲି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ରଞ୍ଜନ ବିଶ୍ଵାଳ ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.