ମାହାଙ୍ଗା ବ୍ଲକ୍ ମଧୂପୁର ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ବିଳନୀ

0

କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଁଚାଁଇବାକୁ ସାରଦାଙ୍କ ଆହ୍ବାନ

ମାହାଙ୍ଗା(ସପ୍ତଜ୍ୟୋତି ରାଉଳ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅରୁଣ କୁମାର ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି | ଏହି ସମ୍ମିଳନୀରେ ରେ ମାହାଙ୍ଗା ର ବିଜେପି ଯୁବନେତା ସାରଦା ପ୍ରଧାନ ଯୋଗଦେଇ ଆଗାମୀ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ତୂଣମୁଳ ସ୍ତରରୁ ସାଙ୍ଗଠନିକ କାର୍ଯ୍ୟ କରିବା ପାଇଁ କର୍ମୀ ମାନଙ୍କୁ କହିଥିଲେ ଓ ପ୍ରତ୍ୟେକ ଘରକୁ ଘର ବୁଲି କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଁଚାଁଇବାକୁ କହିବା ସହ ଲୋକଙ୍କ ନିକଟତର ହୋଇ ଲୋକଙ୍କ କାମକରିବା ପାଇଁ ଗୁରୁମନ୍ତ୍ରଣା ଦେଇଥିଲେ | ସାରଦା ପ୍ରଧାନ ଙ୍କ କାର୍ଯ୍ୟ ଦକ୍ଷତା ଓ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନହିତକର କାର୍ଯ୍ୟ କର୍ମ ରେ ଅନୁପ୍ରାଣିତ ହୋଇ ମଧୁପୁର ପଞ୍ଚାୟତ ର ୧୦ ନଂ ୱାର୍ଡର ୱାର୍ଡମେମ୍ବର ଜୟନ୍ତ କୁମାର ଦାସଙ୍କୁ ବିଦ୍ଧିବଧ୍ ଭାବେ ଦଳରେ ଯୋଗଦାନ କରାଇଛନ୍ତି ସାରଦା ପ୍ରଧାନ | ବୈଠକ ରେ ଓବିସି ମୋଚ୍ଚା କଟକ ଜିଲ୍ଲା ସଭାପତି ଅଶୋକ କୁମାର ବାରିକ, ଲଳିତଗିରି ପଞ୍ଚାୟତ ର ପୁର୍ବତନ ସରପଞ୍ଚ ଜିତେନ୍ଦ୍ର ତ୍ରିପାଠୀ, ମଣ୍ଡଳ ମହିଳା ସଭାନେତ୍ରୀ ରଞ୍ଜିତା ବିଶ୍ଵାଳ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁରେଶ ବଳ, ମଧୁପୁର ପଞ୍ଚାୟତ ସଭାପତି ଉମାକାନ୍ତ ସ୍ବାଇଁ, ସମାଜସେବୀ ନଟବର ପାତ୍ର, ବିଭୁତି ଭୁଷଣ ମହାନ୍ତି, ତ୍ରିଲୋଚନ ଦାସ,ମନ୍ଧରଧର ସେନାପତି, ଅକ୍ଷୟ ବାରିକ,ଅନିଲି ନାୟକ, ଜିତେନ୍ଦ୍ର ଜେନା, ବିଦ୍ୟାଧର ବେହେରା, ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ଖିଲାର,କୁର୍ଷକ ମୋର୍ଚ୍ଚା ସଭାପତି ବିଦ୍ୟାଧର ପ୍ରଧାନ , ଅଭିଳାଷ ସ୍ବାଇଁ, ନରେଶ ଲେଙ୍କା, କାମିନୀ ଜେନା ଙ୍କ ସହ ପଞ୍ଚାୟତ ର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.