ନାଟ୍ୟକଥାରେ ପାରଳାର ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ବାରା ଆୟୋଜିତ ନାଟ୍ୟକଥାରେ ପାରଳାଖେମୁଣ୍ଡିର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ।
ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି ,ଏଥିରେ ଅନଲାଇନ ମାଧ୍ୟମରେ ଓଡ଼ିଶାର ବହୁ ବରିଷ୍ଠ ନାଟ୍ୟକାର ଓ ମଞ୍ଚ ନିର୍ଦ୍ଦେଶକ ଯୋଗଦେଇ ନିଜର ମତାମତ ରଖନ୍ତି।
୫୫ ତମ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ “ତରଙ୍ଗ ରଙ୍ଗ”ର ସଭାପତି ତଥା ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ ଯୋଗ ଦେଇ ପାରଳାଖେମୁଣ୍ଡିରେ ନାଟକର ବର୍ତ୍ତମାନ ସ୍ଥିତି ଓ ସମସ୍ୟା ଉପସ୍ଥାପନା କରିବା ସହ ଓଡ଼ିଶାର ପ୍ରଥମ ଓଡ଼ିଆ ନାଟକ ଗୋପୀନାଥ ବଲଭ ଓ ପ୍ରଥମ ନାଟ୍ୟକାର ରଘୁନାଥ ପରିଚ୍ଛା ଓ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ ,ଏ ସବୁ ଅବଦାନ କେବଳ ପାରଳାଖେମୁଣ୍ଡି ହିଁ ଦେଇଛି ବୋଲି ଦାବୀ ଦୋହରାଇ ଥିଲେ।
ନାଟ୍ୟକଥାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟୁଆ ମାନେ ଯୋଗ ଦେଇ ନିଜର ଅନୁଭୂତି ଓ ଅଭିଜ୍ଞତାକୁ ପ୍ରକାଶ କରନ୍ତି। ଯାହା କୌଣସି ପୁସ୍ତକରେ ନଥାଏ କିନ୍ତୁ ଏହି କଥା ଆଗମୀ ପିଢ଼ିର କଳାକାରଙ୍କୁ ଅନେକ ପ୍ରେରଣା ଯୋଗାଇଥାଏ।
ଢେଙ୍କାନାଳର ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ତଥା ଅଲ୍ଟର୍ନେଟିଭ ରିଦମ ଥିଏଟର ନାଟ୍ୟ ସଂଗଠନର ସମ୍ପାଦକ ଦିନେଶ ଦାସ ଦୀର୍ଘ ଏକ ବର୍ଷ ଧରି ପ୍ରତି ସପ୍ତାହରେ ଏହି ଅନଲାଇନ୍ ନାଟ୍ୟ ଆଲୋଚନା କାର୍ଯ୍ୟକ୍ରମ ଅୟୋଜନ କରୁଥିବା ବେଳେ ୫୫ ତମ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିରୁ ଦେବେନ୍ଦ୍ର ଦାସ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ସହ ନାଟ୍ୟ ଅନୁଭୂତି ଉପସ୍ଥାପନା କରିଥିବା ବେଳେ, ଉପାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ନାଟ୍ୟ ପରମ୍ପରା ବଜାୟ ରଖିଥିବା ଯୋଗୁଁ ସ୍ଥାନୀୟ କ୍ରିଏଟିଭ୍ ଆର୍ଟସ୍ ଓ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନର କଳାକାର ମାନଙ୍କୁ ଆଲୋଚନର ଆୟୋଜକ ଦିନେଶ ଦାସ ଭୂୟଶୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.