ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ପୂର୍ବପ୍ରସ୍ତୁତି ବୈଠକ

0

କାଶୀପୁରରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ,କେଉଁ ଭଳି ନିର୍ବାଚନ ରଣନୀତି ର ଆବଶ୍ୟକତା ରହିଛି ତାହା ଉପରେ ଏକ ପୂର୍ବପ୍ରସ୍ତୁତି ବୈଠକ ବସିଥିଲା।ମୁଖ୍ୟବିଷୟବସ୍ତୁ ହେଲା କାଶୀପୁର ବ୍ଲକ ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଭୋଟ ସର୍ବାଧିକ ଅଟେ ।ବିଭିନ୍ନ ନିର୍ବାଚନ ତଥା, ପଂଚାୟତ ନିର୍ବାଚନ କାଳରେ ସାଧାରଣ ଲୋକଙ୍କୁ ପ୍ରେର୍ଥୀ ଓ ନେତା ମାନେ ଅଞ୍ଚଳର ଉନ୍ନତିର ଆଳ ଦେଖେଇ,ବିଭିନ୍ନ ପ୍ରତିଶ୍ରୁତି ଦେଇ ,ନିର୍ବାଚିତ ହେବାପରେ ନିଜ ସ୍ୱାର୍ଥ ସକାଶେ ସବୁ ଭୁଲି ଯାଇ,ନିରୀହ ଜନସାଧାରଣ ଏବଂ ନିଜ ଦଳ ତଥା, କଂଗ୍ରେସ କୁ ଧଖା ଦେଇ ଅନ୍ୟ ଦଳ ମାନଙ୍କରେ ସାମିଲ ହୋଇଯିବାର ପୂର୍ବରେ ଏହି ଭଳି ଅନେକ ଉଦାହରଣ କାଶୀପୁର ବ୍ଲକ ରେ ଅଛି ।ଏହି ଭଳି ଅପ୍ରୀତିକର କାର୍ଯ୍ୟକଳାପ ଯେପରି ପୁନର୍ବାର ନହୁଏ ଏବଂ କଂଗ୍ରେସ ରେ ସକ୍ରିୟ କାର୍ଯ୍ୟରତ କର୍ମୀ ମାନେ ଏହାଉପରେ ଯେଉଁଭଳି ଦୃଷ୍ଟି ରଖି ପାରିବ ,ଏହିଭଳି ଅନେକ ବିଷୟବସ୍ତୁ ଉପରେ ଆଲଚନା କରାଯାଇଥିଲା ।ଏହି ବୈଠକର ରେ କରାପୁଟ MP ଲୋକସଭା ଶ୍ରୀ ସପ୍ତଗିରୀ ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଶ୍ରୀ ଅଙ୍ଗଦ ନାଏକ କାଶୀପୁର ବ୍ଲକ କଂଗ୍ରେସ ସଭାପତି ସେ ବୈଠକର ସଭାପତିତ୍ୱ ଦାଇତ୍ୱ ଗ୍ରହଣକରି ବୈଠକର ପରିଚନା କରିଥିଲେ। ବୈଠକରେ କଂଗ୍ରେସ କିଶାନସେଲ ସଭାପଟି . ଦେବେନ୍ଦ୍ର ରାଓ, କଂଗ୍ରେସ ସେବାଦଳ ସଭାପତି ଅନିଲ ଜେନ, ସାଂସଦଂକ ପ୍ରତିନଧି ସଦାନନ୍ଦ ନାଏକ, ଯୁବ କଂଗ୍ରେସ ସଭାପତି ସୀମାଞ୍ଚଳ ଉଲାକା, ଗଜେନ୍ଦ୍ର ନାଏକ,ବୀପ୍ର ଚରଣ ପୂଜାରୀ, ସାନ୍ଧୁ ମାଝୀ ପ୍ରଭାତ ନାଏକଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ସୂଚନା ଅନୁଯାୟୀ ଆସନ୍ତା ତା ୨୩/୧୧/୨୦୨୧ ରିଖରେ ଦିନ ଜିଲ୍ଲା କଂଗ୍ରେସ ତରଫରୁ ,ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପଣ୍ଡାଙ୍କ ଆହ୍ବାନ  କ୍ରମେ କାଶୀପୁର ବ୍ଲକ ଟିକିରି ସ୍ଥିତ ସୋରିଷପଦର ଛକ ଠାରେ ଏକ ବିଶାଳ କଂଗ୍ରେସ ସମିଳନୀ ର ଆୟୋଜନ ହେବାକୁ ଅଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କେଉଁ ଦଳ ଭୋଟରଙ୍କ ବିଶ୍ୱାସ ଜିତି ପାରିବ ।

Leave A Reply

Your email address will not be published.