ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅଞ୍ଚଳ ର କୃଷକ ମାନଙ୍କ କେତେକ ମୈାଳିକ ପ୍ରସଙ୍ଗ କୁ ଆଖି ଆଗରେ ରଖି ଉପଜିଲ୍ଲାପାଳ ଙ୍କ ଏକ ନିର୍ଦ୍ଧାରିତ ଦିନ ରେ ରାଜବୋଡାସମ୍ବର କୃଷକ ସଂଗଠନ ର ଏକ ପ୍ରତିନିଧି ଦଳ ଙ୍କ ସହ ଆଲୋଚନା କରିବାକୁ ଲିଖିତ ଭାବେ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ ସହ ଜଣାଇଛନ୍ତି l ବିଗତ ଖରିଫ ଫସଲ ର ବୀମା ରାଶି ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଚାଷୀ ଏ ପର୍ଯ୍ୟନ୍ତ ପାଇ ପାରିନାହାନ୍ତି, ଚଳିତ ବର୍ଷ ଭୟଙ୍କର ମରୁଡି ପରିସ୍ଥିତି କୁ ନେଇ ଚାଷୀ କୂଳ ଏକ ପ୍ରକାର ର ସନ୍ଦିହିନ କାରଣ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚୁପ୍ ରହି ମରୁଡି ଓ ଇନପୁଟ ସବସିଡି ଘୋଷଣା କରିନାହାନ୍ତି, ଚଳିତ ବର୍ଷ କ୍ରପ କଟିଙ୍ଗ ରେ ବୀମା କମ୍ପାନୀ ର ହସ୍ତକ୍ଷେପ, ଚଳିତବର୍ଷ ର ଧାନ ବିକ୍ରି ପ୍ରସଙ୍ଗ, ଚାଷୀମାନେ ଅନଲାଇନ ମାଧ୍ୟମ ରେ ଭରିଥିବା ବୀମା ଏପର୍ଯ୍ୟନ୍ତ ବୀମା ମଞ୍ଜୁରୀ ପ୍ରଦାନ କରିନାହିଁ ଆଦିଯ ସମ୍ବେଦନଶୀଳ ବିଷୟ ଗୁଡ଼ିକ ଏ ଅଞ୍ଚଳର ୭୦ ଭାଗ ଚାଷୀ ଙ୍କ ଭଲମନ୍ଦ ନିର୍ଦ୍ଧାରିତ କରୁଛି ବୋଲି କୃଷକ ସଂଗଠନ ପଦ୍ମପୁର ପକ୍ଷରୁ ସଭାପତି ଶ୍ରୀମାନ ବାଞ୍ଛାନିଧି ନାୟକ ଏବଂ ଆବାହକ ଅଶୋକ କୁମାର ସାହୁ ଲିଖିତ ଭାବେ ଉପଜିଲ୍ଲାପାଳ ଙ୍କୁ ଏକ ପ୍ରତିନିଧି ଙ୍କ ସହ ଯାଇ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.