ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ରେ ସାତ ଦିନ ବ୍ୟାପୀ “ଚାଇଲ୍ଡ ଲାଇନ ସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୪/୧୧/୨୦୨୧ ରୁ ଆରମ୍ଭ ହୋଇ ୨୦/୧୧/୨୦୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଦିବସରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ୧୪ତାରିଖ ଦିନ ସୁଗୁଡ଼ା ଠାରେ, ୧୫ତାରିଖ ଦିନ ସପୋର୍ଟ ସିସିଆଇ ଠାରେ, ୧୬ତାରିଖ ଦିନ ସରକାରୀ ଗାର୍ଲ୍ସ ହାଇସ୍କୁଲ ଓ ପ୍ରଭାସୁନି ଠାରେ, ୧୭ତାରିଖ ଦିନ ବାଲିପୋଷି ଠାରେ, ୧୮ତାରିଖ ଦିନ କଦଳିପାଲ ଠାରେ, ୧୯ତାରିଖ ଦିନ କରଡ।ପାଲ ଠାରେ, ୨୦ତାରିଖ ଦିନ କାଉଁସିବାହାଳ ଓ ଦେଓଗଡ଼ ଥାନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ଶିଶୁ ସୁରକ୍ଷା ବିଷୟ ରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଇଲ୍ଡ ଲାଇନ ର କର୍ମକର୍ତ୍ତା ଉପେନ୍ଦ୍ର ଭଞ୍ଜ, ମୋଝାଇଦ ଆଲମ୍, ତନ୍ମୟ ପ୍ରଧାନ, ସୁବିଲ ପ୍ରଧାନ, ଶ୍ରିଲେଖା ମେହେର, ଜାହର ବେଗମ୍ ଓ ଅନ୍ୟମାନେ ସହଯୋଗ କରିଥିଲେ। ଏଥିରେ ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଚାଇଲ୍ଡଲାଇନ ର ଉପେନ୍ଦ୍ର ଭଞ୍ଜ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.