ବଲାଙ୍ଗିର- (ଶାସକ ପ୍ରଶାସକ)- ସ୍ଥାନୀୟ ବିଦ୍ୟା ଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ‘ଶିଶୁ ଭିତରେ ଆଗାମୀର ସ୍ୱପ୍ନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ସୁଧାଂଶୁବାଳା ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଡିଜିଏମ, ପ୍ରମେୟ କେବିକେ ଏଡିସନ ଅଖିଳ ଚନ୍ଦ୍ର ହୋତା, ବିଦ୍ୟାଳୟର ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା ଯୋଗ ଦେଇ ଜବାହରଲାଲ୍ ନେହେରୁ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଏକ ସୁସ୍ଥ ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ ଶିଶୁ ମାନଙ୍କ ଉନ୍ନତି ବିନା ଅସମ୍ଭବ ବୋଲି କହିଥିଲେ । ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ସ୍ୱପ୍ନକୁ ବାସ୍ତବତା ରୂପ ଦେବାକୁ ହେଲେ କଠିନ ଅଧ୍ୟବସାୟ ଆବଶ୍ୟକ ଓ ଯେଉଁମାନେ ସ୍ୱପ୍ନକୁ ସଙ୍କଳ୍ପରେ ପରିଣତ କରିଥାନ୍ତି ସଫଳତା ସେହିମାନଙ୍କୁ ମିଳିଥାଏ ବୋଲି କହିବା ସହ ଶିଶୁ ମାନେ ହିଁ ଭବିଷ୍ୟତର ନାଗରିକ ଓ ଦେଶର କର୍ଣ୍ଣଧାର । ଦେଶର ସାମଗ୍ରୀକ ଅଭିବୃଦ୍ଧି ସେମାନଙ୍କ ଉପରେ ନିର୍ଭରଶୀଳ ବୋଲି କହିଥିଲେ । ବିଦ୍ୟାଳୟର ଛାତ୍ରୀ ମୁସ୍କାନ, ରୋଜୀ, ଭାଗ୍ୟଶ୍ରୀ, ସନ୍ତୋଷିନୀ, ପ୍ରୀତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ନିଜ ସଭାପତିତ୍ୱ ଅଭିଭାଷଣରେ ନେହେରୁଙ୍କ ଦେଶ ପ୍ରତି ପ୍ରେମଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ରଣା ଓ ଛାତ୍ର ସୟଦ ତୋସିବ ତୋଷିବ ରାଜା ପଣ୍ଡିତ ନେହେରୁଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିକ୍ଷକ ରଞ୍ଜିତ ମିଶ୍ର ଓ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ଶିକ୍ଷକ ଦିବ୍ୟଲୋଚନ ଥନାପତି । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ହିମାଂଶୁ ହନୁମାନ, ନେତ୍ରାନନ୍ଦ ପଧାନ, ପୁସ୍ତମ ଜୁଆଡି, ସୂର୍ଯ୍ୟଭାନୁ ମେହେର, ହିତେଶ କୁମାର ସାହୁ, ବିଷ୍ଣୁ ପାଣିଗ୍ରାହୀ, ସୁନିତା ଥପା ଓ ବିଭୁତି ସାହୁ ।
Sign in
Sign in
Recover your password.
A password will be e-mailed to you.
Prev Post