ଦେବଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ ସମାରୋହ।

0

କଲ୍ୟାସିଂହପୁର;ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଦେବଗିରି ଶୈବପୀଠନିକଟରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣଯୋଜନା ବୋର୍ଡର ଉପଦେଷ୍ଟା ସୁଶୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଦେବାଶିଷ କର ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ନିର୍ମଳା କାଡ୍ରାକା, ରାୟଗଡା କଲେଜର ପୂର୍ବତନ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ , ସଭାପତି ଭି ୱାରା ପ୍ରସାଦ ଓ ଦେବଗିରି କଲେଜର ସମ୍ପାଦକ ମାଉଡି ବାରିକ ମଂଚାସୀନ ହୋଇଥିଲେ। ପ୍ରଥମେ କଲେଜର ଛାତ୍ରଛାତ୍ରୀ ମୁଖ୍ୟ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ଜଣେଇଥିଲେ। ପରେ ଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁକୁ ଉଦଘାଟନ କରିଥିଲେ। ଶେଷରେ ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ କୁ ଶୃଙ୍ଖଳା ଗତ ଭାବେ ଗଢିବାକୁ ପରାମର୍ଶ ଦେଇଥିଲେ। ଏହି ନୂତନ କଲେଜ ଗୃହ ଉଦଘାଟନ ଉତ୍ସବରେ ବ୍ଲକର ବୁଦ୍ଧିଜୀବୀ ମାନଙ୍କ ସହିତ ଯୁବପିଢ଼ି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.