ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ

0 1

ଦେବଗଡ (ଶାସକ ପ୍ରଶାସକ) : ଦେବଗଡ ଜିଲ୍ଲା ନୂଆପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ ସଂପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ପଣ୍ତିତ ରୋହିତ କୁମାର ଦାଶ ନିଜେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଗୋ ପୂଜନ କରିବା ସହ ଗୋମାତା ର ମହତ୍ତ୍ୱ ତଥା ପ୍ରାଚୀନ କାଳରୁ ଗୋ ପୂଜନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।
ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉକ୍ତ ଉତ୍ସବରେ ଉପସ୍ଥିତ ରହି ଗୋପାଷ୍ଟମୀ ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ପଣ୍ତିତ ରୋହିତ କୁମାର ଦାଶ ସନାତନ ଧର୍ମ ରେ ଗୋପାଷ୍ଟମୀ ପର୍ବ ର ମହତ୍ତ୍ୱ ସହ ବିଭିନ୍ନ ପର୍ବର ବୈଦିକ ଉପାଦେୟତା ପ୍ରତିପାଦିତ କରିଥିଲେ।

Leave A Reply

Your email address will not be published.