ଭଦ୍ରକ ବିଜେଡି ରାଜନୀତିରେ ଭଦ୍ରକ ଯୁବ ବିଧାୟକ ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି ।

0 2

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ରାଜନୀତିରେ ଆଉ ଭେଟେରାନ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ବରିଷ୍ଠ ନେତା ଅର୍ଜୁନ ସେଠୀ ଓ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ପରେ ଭଦ୍ରକ ରାଜନୀତିରେ ଏବେ ଶୂନ୍ୟସ୍ଥାନ ଦେଖା ଦେଇଛି । ଏମାନଙ୍କ ପଛରେ ଦୁଇ ମହାରଥୀ ଥିଲେ ଯୁଗଳ ବାବୁ ଓ ପ୍ରଫୁଲ ବାବୁ । ଭଦ୍ରକର ବିକାଶ ପୁରୁଷ ଭାବେ ସମସ୍ତଙ୍କ ହୃଦୟରେ ବସା ବାନ୍ଧିଥିବା ଯୁଗଳ ବାବୁ ରାଜନୀତିରୁ ସାମ୍ୟୁକ ବିରତି ନେଇଛନ୍ତି ଅଵସର ନୁହେଁ ,ତଥାପି ତାଙ୍କ ଲୋକପ୍ରିୟତା ଖସିନାହିଁ। ଅନ୍ୟଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଭଣ୍ଡାରିପୋଖରୀ ସ୍ଥାନାନ୍ତରିତ ପରେ ଏବେ ସେ ଲୋକପ୍ରିୟ ବିଧାୟକ ଭାବରେ ଜଣାଶୁଣା । ଭଦ୍ରକ ରାଜିନୀତିର ପିତାମହ ଭୀଷ୍ମ ବୋଲି କୁହାଯାଉଥିବା ପ୍ରଫୁଲ୍ଲ ବାବୁ ଏବେ ବୟସ ଓ ଅସୁସ୍ଥତା କାରଣରୁ ଆଉ ଆଗ ଭଳି ରାଜନୀତିରେ ଏକ୍ଟିଭ ଭାବେ ଦେଖିବାକୁ ମିଳୁନାହିଁ । ଉଭୟ ନେତାଙ୍କ ପୁତ୍ର ଆଗକୁ ଅନୁଷ୍ଠିତ ନିର୍ବାଚନ ମାନଙ୍କରେ ପ୍ରମୁଖ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି। ଏପରି ଅବସ୍ଥାରେ ଏବେ ଯୁବ ନେତୃତ୍ବଙ୍କ ହାତରେ ଭଦ୍ରକ ବିଜେଡି ରାଜନୀତି । ଚାନ୍ଦବାଲି ରୁ ଯାଜପୁର ଲିଙ୍କ ଏହାକୁ ସ୍ପଷ୍ଟ କରୁଛି । ଭଦ୍ରକ ଜିଲ୍ଲାରେ ୫ ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଧାମନଗର ବିଜେପିକୁ ଛାଡିଦେଲେ ଆଉ ୪ ଟିରେ ବିଜେଡିର ବିଜୟ ହୋଇଛି। ଜିଲ୍ଲା ରାଜନୀତିରେ ଶ୍ବଶୁର ଜ୍ବାଇଁଙ୍କ ଖେଳରେ ସମସ୍ତେ ବଳି ପଡିଲେଣି। ଆଗକୁ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି । ବିଭିନ୍ନ ୱାର୍ଡରେ ଅଦଳ ବଦଳ ଓ ସ୍ଥାନ ନିରୂପଣ ରାଜନୀତିରେ ଭଦ୍ରକ ବିଧାୟକ ସବୁଠାରୁ ଆଗରେ ଅଛନ୍ତି। ତାଙ୍କର ଗୋଟିଏ ଝଟକାରେ ସବୁ ସଫା ! ଭଦ୍ରକ ବିଧାୟକଙ୍କ ଗୋଟି ଚାଳନାରେ ପ୍ରଫୁଲ୍ଲ ସାମଲଙ୍କ ଶିବିର ଧରାଶାୟୀ । ବିଧାୟକଙ୍କୁ ନିର୍ବାଚନ ପୂର୍ବରୁ ବିରୋଧ କରୁଥିବା ଲୋକେ ଏବେ ତାଙ୍କର ସାହା ଭରସା । କେତେକ ଠିକାଦାର,ସାମ୍ବାଦିକ,ଆଇନଜୀବିଙ୍କୁ ସାଥିରେ ନେଇ ବିରୋଧୀଙ୍କୁ ଆକୃଷ୍ଟ କରି ନିଜ ଦଳରେ ସାମିଲ କରିବାରେ ବେଶ ସଫଳ ହୋଇଥିଲେ ହେଁ ଦଳ ଭିତରେ ଥିବା କିଛି ପୁରୁଖା ନେତାଙ୍କ ଆକ୍ରୋସ ଆଗାମୀ ନିର୍ବାଚନରେ ପ୍ରତିଫଳନ ହେବ ବୋଲି ଚର୍ଚ୍ଚା ହେଉଛି। ଦେଖାଯାଉ ନିର୍ବାଚନ ସମୟ ଆଉ ଅଳ୍ପ କେଇଦିନ ଥିବାବେଳେ ଶାସକ ଓ ବିରୋଧୀଙ୍କ ରାଜନୀତି କେଉଁ ମୋଡ଼ ନେଉଛି ।

Leave A Reply

Your email address will not be published.